BSNLର ନୂଆ ପ୍ଲାନ, ୨୯୯ ଟଙ୍କାରେ ଦୈନିକ ମିଳିବ ୧.୫ ଜିବି

ନୂଆଦିଲ୍ଲୀ, ୧୬/୧ : ବିଏସଏନଏଲ ସାର୍ବଜନୀକ କ୍ଷେତ୍ରରେ ନିଜ ଗ୍ରାହକଙ୍କ ପାଇଁ ଏକ ନୂତନ ବ୍ରଡବ୍ୟାଣ୍ଡ ଘୋଷଣା କରିଛି । ଏହି ପ୍ଲାନକୁ କମ୍ପାନୀ ବିବି ବିଏସଏନଏଲ ସିୟୁଏଲର ନାମ ଦେଇଛି । ନୂତନ ପ୍ଲାନରେ ଗ୍ରାହକଙ୍କୁ ୮ଏମବିପିଏସ ସ୍ପିଡ ସହ ପ୍ରତିଦିନ ୧.୫ଜିବି ଡାଟା ମିଳିବ । ବିଏସଏନଏଲର ଏହି ପ୍ଲାନ ଦେଶର ସମସ୍ତ ସର୍କଲରେ ଲାଗୁ ହେବ । ୩୦ ଦିନ ପର୍ଯ୍ୟନ୍ତ ବୈଧ ଥିବା ଏହି ପ୍ଲାନର ଦାମ୍ ମାତ୍ର ୨୯୯ ଟଙ୍କା । କେବଳ ସେତିକି ନୁହେଁ କଲିଙ୍ଗ ପାଇଁ ପ୍ଲାନରେ ଏକ ଖାସ୍ ସୁବିଧା ରହିଛି ।

ପ୍ଲାନରେ ବିଏସଏନଏଲର ନେଟୱାର୍କରେ ଅନଲିମିଟେଡ କଲିଙ୍ଗ ମିଳିବ । ଅନ୍ୟ ନେଟୱର୍କରେ କଲିଙ୍ଗ ପାଇଁ ୩୦୦ ମିନିଟ ଦିଆଯିବ । ଏହା ବ୍ୟତୀତ ରାତିରେ ଏବଂ ରବିବାରକୁ ଅନଲିମିଟେଡ କଲର ସୁବିଧା ମିଳିବ । ତେବେ ୩୦୦ ମିନିଟ କେବଳ ସୋମବାରରୁ ଶନିବାର ସକାଳ ୬ଟାରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ମିଳିବ । ଏହା ପରେ ଆପଣ ଅନଲିମିଟେଡ କଲିଙ୍ଗ କରି ପାରିବେ । କମ୍ପାନୀ ନିଜ ଟ୍ୱିଟର ଆକାଉଂଟରେ ଏହାର ଘୋଷଣା କରିଛି । ଏହା ସହ ବିଏସଏନଏଲର ଅଫିଶିଆଲ ୱେବସାଇଟରେ ଆପଣ ଏହାର ଡିଟେଲସ୍ ପାଇ ପାରିବେ ।