ସ୍ଥଗିତ ହେବନାହିଁ ,୨୦ରେ ହେବ ଏଏସଓ ପରୀକ୍ଷା : ଆବେଦନକୁ ହାଇକୋର୍ଟଙ୍କ ଖାରଜ

ଭୁବନେଶ୍ୱର ,୧୮/୧: ସ୍ଥଗିତ ହେବନାହିଁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା । ଆଜି ଏହି ପ୍ରସଙ୍ଗରେ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଜାନୁଆରୀ ୨୦ରେ ହେବାକୁ ଥିବା ପରୀକ୍ଷା ଉପରେ ସ୍ଥଗିତାଦେଶ ପାଇଁ କିଛି ପ୍ରାର୍ଥୀଙ୍କ ଆବେଦନ ଉପରେ ମାନ୍ୟବର କୋର୍ଟ ଏହା କହିଛନ୍ତି ।

ସୂଚନା ମୁତାବକ, ଜାନୁଆରୀ ୨୦ରେ ହେବାକୁ ଥିବା ଓପିଏସସି ର ଏଏସଓ ପରୀକ୍ଷା ଉପରେ ସ୍ଥଗିତାଦେଶ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ପ୍ରର୍ଥୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

ପୂର୍ବରୁ ଏହି ପରୀକ୍ଷା ଡ଼ିସେମ୍ବର ୨୩ରେ ହେବାକୁ ଥିବାବେଳେ କୋ÷ଣସି କାରଣରୁ ଓପିଏସସି ପକ୍ଷରୁ ଏହାକୁ ଜାନୁଆରୀ ୨୦ ରେ କରିବାକୁ ନୋଟିସ ଦିଆଯାଇଥିଲା । ଆସନ୍ତା ୨୦ ତାରିଖରେ ଏଏସଓ ପରୀକ୍ଷା ଥିବାବେଳେ ଜାତୀୟସ୍ଥରର ଆଇବିପିଏସ ମେନ ଓ ଆରଆରବି ଦ୍ୱିତୀୟ ପର‌୍ୟ୍ୟାୟ ପରୀକ୍ଷା ରହିଥିବାରୁ କିଛି ପ୍ରାର୍ଥୀ ରାଜ୍ୟସ୍ତରରେ ଥିବା ଏହି ପରୀକ୍ଷାକୁ ସ୍ଥଗିତ କରି ଅନ୍ୟ ଦିନରେ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଆଜି ହାଇକୋର୍ଟ ପକ୍ଷରୁ ଏହାକୁ ଖାରଜ କରାଯାଇଛି । କେବଳ ଦିନଟିଏ ପରୀକ୍ଷା ପାଇଁ ଥିବା ଯୋଗୁଁ ସ୍ଥଗିତାଦେଶ ଦେବାକୁ କୋର୍ଟ ମନାକରିଛନ୍ତି । ଓପିଏସସି କତ୍ତୃପକ୍ଷ ନିର୍ଦ୍ଧାରିତ କରିଥିବା ଜାନୁଆରୀ ୨୦ ତାରିଖରେ ହିଁ ଏଏସଓ ପରୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି ।