ରାଉରକେଲା,୨୧/୧: ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଛିି। ରାଉରକେଲାର ପୂର୍ବ ଷ୍ଟେସନ ତିଲିକାନଗର ନିକଟରେ ରାଜଧାନୀର ଏକ କୋଚ୍ରେ ନିଆଁ ଲାଗିଥିବା ଜଣାଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନାହାଁନ୍ତି। ଟ୍ରେନ୍ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସଟି ବିଶ୍ରା ଷ୍ଟେସନ ନିକଟରେ ପହଞ୍ଚିଥିବା ବେଳେ ଏହାର ଡି-୭ କୋଚ୍ରେ ଆକସ୍ମିକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ପରେ ଏହି ନିଆଁକୁ ଆୟତ୍ତ କରାଯାଇ ଟ୍ରେନ୍ ନିଜ ଗନ୍ତବ୍ୟପଥରେ ବାହାରିଥିଲା। ମାତ୍ର ବିଶ୍ରା ଷ୍ଟେସନ୍ ଠାରୁ ମତ୍ର ୧୦ କିଲୋମିଟ ଆସିବା ପରେ ତିଲିକାନଗର ଷ୍ଟେସନ ନିକଟରେ ପୁଣି ସେହିି ଡି-୭ ବଗିରେ ନିଆଁ ଲାଗିଥିଲା। ତେବେ ଏ ନେଇ ସଜାଗଥିବା ରେଳବାଇ କର୍ତ୍ତୃପକ୍ଷ ଟ୍ରେନ୍ ଅଟକାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ କୌଣସି ପ୍ରକାର ଧନଜୀବନ ନଷ୍ଟ ହୋଇ ନ ଥିବା ଜଣାଯାଇଛି।