ବଜେଟ୍ ୨୦୧୯ : ପ୍ରମୁଖ ପ୍ରସଙ୍ଗକୁ ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୧/୨ : ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି। ଅନ୍ତରୀଣ ବଜେଟ୍‌କୁ କ୍ୟାବିନେଟ୍‌ ମଞ୍ଜୁର କରିବା ପରେ ଅର୍ଥମନ୍ତ୍ରାଳୟ ଦାୟିତ୍ୱରେ ଥିବା ରେଳବାଇ ମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ୍‌ ଅଭିଭାଷଣରେ ସରକାରଙ୍କର ସଫଳତା ବଖାଣିବା ସହ ମୁଖ୍ୟତଃ ଜନମଙ୍ଗଳ କାର୍ଯ୍ୟକ୍ରମ ଓ ପଦକ୍ଷେପ ଗୁଡ଼ିକ ସଂପର୍କରେ ସୂଚନା ଦେଇଛନ୍ତି।

ମୋଦୀ ସରକାର ନିଜର ଅନ୍ତୀମ ବଜେଟ୍‌ରେ ବିଭିନ୍ନ ବର୍ଗଙ୍କ ପ୍ରତି ଧ୍ୟାନ ଦେଇଛନ୍ତି । ଚାଷୀ, ଶ୍ରମିକ ଓ ଚାକିରିଆ ବଜେଟ୍‌ରେ ଉପକୃତ ହେବେ । ଏହାକୁ କିଛି ଲୋକ ନିର୍ବାଚନୀ କାର୍ଡ କହୁଥିବା ବେଳେ କିଛି ବ୍ୟକ୍ତି ବିଶେଷ ଏହାକୁ ସ୍ୱପ୍ନର ବଜେଟ୍‌ କହୁଛନ୍ତି । ଆସନ୍ତୁ ଜାଣିବା ଏହି ବଜେଟରେ କାହାକୁ କଣ ମିଳିଲା…

ମହିଳା

– ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି।

– ମୁଦ୍ରା ଲୋନ ଲାଭାର୍ଥୀଙ୍କ ମଧ୍ୟରେ ୭୫ ପ୍ରତିଶତ ମହିଳା ଲାଭାନ୍ଵିତ ହୋଇଛନ୍ତି।

– ମୋଦୀ ସରକାର ମହିଳାଙ୍କୁ ୨୬ ସପ୍ତାହର ମାତୃତ୍ଵ ଅବକାଶ ଆରମ୍ଭ କରିଛନ୍ତି।

– ମହିଳାଙ୍କ ପାଇଁ ୮ କୋଟି ଗ୍ୟାସ୍ କନେକ୍ସନ।

ଛୋଟ ଉଦ୍ୟମି

– ଛୋଟ ବ୍ୟବସାୟୀଙ୍କ ପାଇଁ ସରକାରୀ ଉପକ୍ରମରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି।

– ଜିଏସଟି ପଞ୍ଜିକୃତ ବ୍ୟବସାୟୀଙ୍କୁ ଋଣ ଉପରେ ୨ ପ୍ରତିଶତ ସୁଧ ସବସିଡିରେ ମିଳିବ।

ଇନଫ୍ରାଷ୍ଟ୍ରକଚର

– ରେଲଓ୍ଵେକୁ ବିଭିନ୍ନ ଯୋଜନା ପାଇଁ ୨୦୧୯-୨୦ରେ ସାଧାରଣ ବଜେଟରୁ ୬୪, ୫୮୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।

– ୧୦୦ ରୁ ଅଧିକ ବିମାନ ବନ୍ଦର କାର‌୍ୟ୍ୟକ୍ଷମ ହୋଇଛି।

– ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୫ ବର୍ଷରେ ଦୁଇ ଗୁଣ ବୃଦ୍ଧି।

– ସରକାର ପ୍ରତିଦିନ ୨୭ କିଲୋମିଟର ରାଜମାର୍ଗ ନିର୍ମାଣ କଲେ।

ଚାଷ ଓ ଚାଷୀ

– ୨ ହେକ୍ଟର ପର‌୍ୟ୍ୟନ୍ତ ଜମି ଥିବା କୃଷକଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା ମିଳିବ।

– ତିନୋଟି କିସ୍ତିରେ ଦୁଇ ହଜାର ଲେଖାଏଁ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।

– ୨୦୧୮ ଡିସେମ୍ବର ୩୧ରୁ ପିଛିଲା ଭାବେ ଯୋଜନା ଲାଗୁ।

– ପ୍ରାୟ ୧୨ କୋଟି ଛୋଟ ଓ ସୀମାନ୍ତ କୃଷକଙ୍କୁ ମିଳିବ ଫାଇଦା।

– କୃଷକଙ୍କ କିସାନ ସମ୍ମାନ ନିଧି ଯୋଜନାରେ ସରକାର ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।

– ପଶୁପାଳକ ଓ ମତ୍ସ୍ୟପାଳକଙ୍କୁ କେସିସି ଲୋନ ଉପରେ ୨ ପ୍ରତିଶତ ଅତିରିକ୍ତ ସବସିଡି ମିଳିବ।

– ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଥମ କିସ୍ତିର ରାଶି ଶୀଘ୍ର ଚାଷୀଙ୍କ ଆକାଉଣ୍ଟରେ ଜମା ହେବ।

– ପଶୁପାଳକଙ୍କୁ ଉପହାର ସ୍ଵରୂପ ଆରମ୍ଭ ହେଲା ରାଷ୍ଟ୍ରୀୟ କାମଧେନୁ ଆୟୋଗ।

ସାଧାରଣ ଜନତା

– ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଘୋଷଣା।

– ୧୦୦ ଟଙ୍କାର ମାସିକ ଯୋଗଦାନ ଉପରେ ଶ୍ରମିକଙ୍କୁ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ ମିଳିବ।

– ଏଥିରେ ଅସଂଗଠିତ କ୍ଷେତ୍ରର ୧୦ କୋଟି ଶ୍ରମିକଙ୍କୁ ଅବସର ପରେ ସର୍ବନିମ୍ନ ପେନସନ ଗ୍ୟାରେଣ୍ଟି ଦିଆଯିବ।

– ଏଥିପାଇଁ ମାସକୁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ।

– ଗାଁ ଗୁଡିକ ୱାଇଫାଇ ଯୋଗାଇବା ପାଇଁ କାମ କରାଯାଉଛି । ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଆଧାର କାର୍ଡ ବନା ଯାଇଛି ।

– ୪୦ ହଜାର ଗ୍ରାମ ପଞ୍ଚାୟତରେ ୱାଇଫାଇ ହଟ ସ୍ପଟ ଲଗାଯାଇଛି ।