ଭୁବନେଶ୍ୱର,୮/୨: ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ ଚଳିତ ମାସ ଶେଷ ସପ୍ତାହରେ ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ତେବେ ଗସ୍ତର କାର୍ଯ୍ୟସୂଚୀ ଏବଂ ତାରିଖ କିଛି ଚୁଡାନ୍ତ ହୋଇନଥିବା ସେ ସୂଚନା ଦେଇଛନ୍ତି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାକୁ ବିଭିନ୍ନ ଦଳର ନେତାଙ୍କ ସୁଅ ଛୁଟୁଛି । କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ପୁଣି ଆସିବେ ବୋଲି ସୂଚନା ମିଳିଛି । ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ହେବ । ତାଙ୍କ ସହ ପ୍ରିୟଙ୍କା ଗାନ୍ଧି ମଧ୍ୟ ଓଡିଶା ଆସିବାର ସମ୍ଭାବନା ରହିଛି । ପ୍ରିୟଙ୍କାଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଥିବା ନିରଂଜନ କହିଛନ୍ତି ।