ନୂଆଦିଲ୍ଲୀ, ୦୬/୦୭ : ବଲିଉଡ୍ ସୁପରଷ୍ଟାର ଆମିର ଖାନ୍ ତୃତୀୟ ବିବାହ କରିଛନ୍ତି । ବାନ୍ଧବୀ ଗୌରୀ ସ୍ପ୍ରାଟଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଆମିରଙ୍କ ବାନ୍ଦ୍ରାସ୍ଥିତ ଘରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ବିବାହ ସରିବା ପରେ ମଧ୍ୟ ଚର୍ଚ୍ଚା କମିନାହିଁ । ତୃତୀୟ ବିବାହରେ ଆମିର ଅଫ ହ୍ବାଇଟ କଲର ଧୋତି କୁର୍ତ୍ତାରେ ନଜର ଆସିଛନ୍ତି । ତାଙ୍କ କୁର୍ତ୍ତା ବହୁତ ସୁନ୍ଦର ଦେଖାଯାଉଛି । ଆମିର ନିଜର ୱେଡିଂ ଲୁକ୍ ବହୁତ ସିମ୍ପଲ ରଖିଥିବା ବେଳେ ଗୋଡ଼ରେ ରୁପାର ପାଉଁଜି ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି । ଆମିରଙ୍କ ପାଉଁଜି ଦେଖି ସମସ୍ତେ ବହୁତ ପ୍ରଶଂସା କରିଛନ୍ତି । ଆମିର ବିବାହ ସରିବା ପରେ ଅତିଥିମାନଙ୍କୁ ଛାଡିବାକୁ ବାହାରକୁ ଆସିଥିଲେ । ଏହି ସମୟରେ ତାଙ୍କ ପାଦରେ ପାଉଁଜି ଦେଖିବାକୁ ମିଳିଥିଲା ।
ବିବାହରେ ଦମ୍ପତିଙ୍କ ପରିବାର ସଦସ୍ୟ, କିଛି ଘନିଷ୍ଠ ବନ୍ଧୁ, ପରିଜନଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ଅତିଥି ସାମିଲ ହୋଇଥିଲେ । ଏହି ଅବସରରେ ଆମିରଙ୍କ ତିନି ପିଲା ଜୁନୈଦ ଖାନ୍, ଇରା ଖାନ୍, ଆଜାଦ ରାଓ ଖାନ୍ ଏବଂ ଗୌରୀଙ୍କ ୭ ବର୍ଷୀୟ ପୁଅଙ୍କୁ ଦେଖିବାକୁ ମିଳିଥିଲା । ଏହାଛଡ଼ା ବ୍ୟବସାୟୀ ମୁକେଶ ଅମ୍ବାନି, ଫିଲ୍ମ ନିର୍ମାତା ଆଶୁତୋଷ ଗୋୱାରିକର, ପୂର୍ବତନ କ୍ରିକେଟର ଇରଫାନ ପଠାନ୍, ଏମଏନଏସ୍ ମୁଖ୍ୟ ରାଜ୍ ଠାକ୍ରେ, ସଙ୍ଗୀତକାର ପ୍ରସୂନ ଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଅମୀର ଏବଂ ଗୌରୀ ପରସ୍ପରକୁ ଦୀର୍ଘ ୨୫ ବର୍ଷ ହେଲା ଜାଣନ୍ତି । ଗୌରୀ ଜଣେ ଫ୍ୟାସନ ପ୍ରଫେସନାଲ । ଗୌରୀ ବେଙ୍ଗାଲୁରୁରେ ଜନ୍ମିତ ୱେଲନେସ୍ ଏବଂ ବିୟୁଟି ଉଦ୍ୟୋଗୀ । ସେ B:Blunt ସାଲୁନର ପାର୍ଟନର ଏବଂ ନିର୍ଦ୍ଦେଶକ । ଗୌରୀ ଲଣ୍ଡନର କଳା ବିଶ୍ୱବିଦ୍ୟାଳୟରେ ଫ୍ୟାଶନ, ଷ୍ଟାଇଲିଂ ଏବଂ ଫଟୋଗ୍ରାଫି ଅଧ୍ୟୟନ କରିଛନ୍ତି । ତାଙ୍କର ଏକ ୬ ବର୍ଷର ପୁଅ ରହିଛି ।