ସୁରକ୍ଷା ବାହିନୀକୁ ବଡ଼ ସଫଳତା : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓ ଡମ୍ଫ ଠାବ

ଭୁବନେଶ୍ୱର, ୦୭/୦୭ : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ନୂଆପଡ଼ା ଜିଲ୍ଲା ପୁଲିସ ଏବଂ ସିଆରପିଏଫର ମିଳିତ ଟିମ ପାଟଧାରା ସଂରକ୍ଷିତ ଜଙ୍ଗଲରୁ ଏକ ବିପୁଳ ପରିମାଣର ମାଓ ଡମ୍ଫ ଉଦ୍ଧାର କରିଛନ୍ତି। ନୂଆପଡା ପୁଲିସ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଗୁଇନ୍ଦା ସୂଚନା ଆଧାରରେ ନୂଆପଡ଼ା ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଏବଂ ୧୯ ବାଟାଲିୟନ ସିଆରପିଏଫର ଏକ ମିଳିତ ଟିମ୍ ଗଠନ କରାଯାଇଥିଲା ।