ଭୁବନେଶ୍ୱର, ୦୭/୦୭ : ଓମାନରେ ହେବାକୁ ଥିବା ବାଳିକା ୫ଏସ୍ହକି ଏସୀୟ ପ୍ରତିଯୋଗିତାକୁ ନଜରରେ ରଖି ଭୋପାଳସ୍ଥିତ ମଧ୍ୟପ୍ରଦେଶ ରାଜ୍ୟ ସୁଟିଂ ଏକାଡେମୀଠାରେ ଚଳିତ ମାସ ୪ରୁ ଆରମ୍ଭ ହୋଇଛି ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର । ୧୮ ତାରିଖ ପର୍ଯ୍ୟନ୍ତ ଭାରତ ପୂର୍ବତନ ଅଧିନାୟିକା ରାଣୀଙ୍କ ତତ୍ତ୍ୱାବଧାନରେ ୧୫ ଜଣ ଖେଳାଳିଙ୍କୁ ନେଇ ଏହି ଶିବିର ଚାଲିବ । ଏହି ୧୫ ଜଣିଆ ଦଳରେ ଓଡ଼ିଶାରୁ ୪ ଜଣ ରହିଛନ୍ତି । ସେମାନେ ହେଲେ ରୁବିନା ବକ୍ସଲା, କିରଣ ଏକ୍କା, ସ୍ୱିଟି କୁଜୁର ଓ ପ୍ରିୟଙ୍କା ମିଞ୍ଜ । ଏହି ୪ ଜଣ ୧୮ ବର୍ଷରୁ କମ୍ ଏସୀୟ କପ୍ କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ ।