ବିଶ୍ବ ବ୍ୟାଙ୍କ ସଭାପତି ହେବେ ଅଜୟ ବାଙ୍ଗା

0

ନୂଆଦିଲ୍ଲୀ ୩୧/୦୩ : ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ଯାଉଛନ୍ତି । ପ୍ରଥମ ଭାରତ ଜନ୍ମିତ ଅର୍ଥନୀତିଜ୍ଞ ଭାବେ ଆମେରିକା ତାଙ୍କୁ ଏହି ପଦ ପାଇଁ ମ​ନୋନୀତ କରିଛି । ଲେଫ୍ଟନାଣ୍ଟ ଜେନେରାଲ ହରଭଜନ ବାଙ୍ଗାଙ୍କ ପୁଅ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ସହ ଆଇଆଇଏମ୍‌-ଅହମ୍ମଦାବାଦରୁ ଉତ୍ତୀର୍ଣ୍ଣ ୬୩ ବର୍ଷୀୟ ବାଙ୍ଗା ବିଶ୍ବ ବ୍ୟାଙ୍କ ସଭାପତି ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜୟୀ ହେବା ନିଶ୍ଚିତ ଜଣାପଡ଼ୁଛି। ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ବାଙ୍ଗା ପୂର୍ବରୁ ମାଷ୍ଟର କାର୍ଡର ସିଇଓ ଏବଂ ସଭାପତି ଥିଲେ। ଏଥିସହ ଜେନେରାଲ ଆଟଲାଣ୍ଟିକ୍‌ର ଉପାଧ୍ୟକ୍ଷ, ପେପ୍‌ସିକୋ, ନେଷ୍ଟଲେ ଭଳି କମ୍ପାନୀର ପ୍ରମୁଖ ପଦରେ କାର୍ଯ୍ୟ କରିଥିଲେ। ବ୍ୟବସାୟ କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରଖିଥିବା ବାଙ୍ଗା ୨୦୧୬ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ।

SBI AD
Leave A Reply

Your email address will not be published.