ଆଜିର ରାଶିଫଳ (ବୁଧବାର)

ତା : ୨୮ /୧୨ / ୨୦୨୨

ମେଷ : ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ସାଧାରଣ କଥାରେ ଝଗଡା ସାଙ୍ଗକୁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ପରିବାରରେ ଅଶାନ୍ତି ଦୂର ହେବା ପାଇଁ ବନ୍ଧୁଙ୍କ ସାହାର୍ଯ୍ୟ ନେଇ ପାରନ୍ତି।

ବୃଷ : ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ଅବଶ୍ୟ ଧର୍ମକାମ ଓ ସତସଙ୍ଗର ସାନ୍ନିଧ୍ୟ ମନକୁ ଆଶ୍ୱାସନା ଦେବାରେ ସମର୍ଥ ହେବେ। ଆଜି ବିଶେଷ ଅସୁବିଧା ନ ହେଲେ ମଧ୍ୟ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ସୃଷ୍ଟି ହୋଇପାରେ। ଅନ୍ୟମନସ୍କ ରହିବା ହେତୁ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି।

ମିଥୁନ: ଆଜି ଆଶା ପୂରଣ ସହ ମାନସିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ କିମ୍ବା ନୁତନ କାମରେ ପ୍ରତିବନ୍ଧକ କାରଣରୁ ବ୍ୟସ୍ତ ହୋଇପାରନ୍ତି। ଚେଷ୍ଟା କରୁଥିବା କାମରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅଶାନ୍ତିକୁ ଡାକି ଆଣିପାରନ୍ତି ।

କର୍କଟ : ସଂଗଠନ, ମାକଦ୍ଦମା କିମ୍ବା ସଭାସମିତି ରେ ସମୟ ଅବତିବାହିତ ହୋଇପାରେ । ଉଚ୍ଚ ପଦାଧିକାରୀଙ୍କୁ ମନକଥା କହି କାମ ହାସଲରେ ସମର୍ଥ ହେବେ। ମନକୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହେବେ। ବିଶେଷ ଭ୍ରମଣ କାରଣରୁ ସ୍ୱାସ୍ଥ୍ୟହାନି ଦେଖାଦେଇ ପାରେ।

ସିଂହ : ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଅଫିସ୍ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ବିଭିନ୍ନ ପ୍ରକାରର କାମ ଚାପରେ ମାନସିକ ସ୍ଥିରତା ରହିବ ନାହିଁ। ସଭାସମିତିରେ ପ୍ରିୟଜନମାନଙ୍କୁ ଯୁକ୍ତିଯୁକ୍ତ କଥା କହି ସମସ୍ୟାକୁ ସୁଧାରି ନେବେ । କିଛି ମୂଲ୍ୟବାନ୍ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି ।

କନ୍ୟା : ଆଜି ଯେଉଁ କାମରେ ହାତ ଦେଲେ ସଫଳତା ନିଶ୍ଚିତ ପାଇବେ। ଅର୍ଥଲାଭ, ସମ୍ମାନ ପ୍ରାପ୍ତି ସହ ବନ୍ଧୁମିଳନ ଘଟିପାରେ। ଆଜି ବିଭିନ୍ନ ଦିଗରୁ ସାହାର୍ଯ୍ୟ, ସହ-ଯୋଗର ଅବାରିତ ଧାରା ବହି ଆସିବ । ଜମିଜମା, ମାଲିମୋକଦ୍ଦମା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତୁଳା : ପାରିବାରିକ, ପରିବହନ,ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ। ଅର୍ଥ ଲାଭ, ସମ୍ମାନପ୍ରାପ୍ତି ସହ ବନ୍ଧୁମିଳନ ଘଟିପାରେ। ଆଜି ପାରିବାରିକ, ସାମାଜିକ, ରଜନୈତିକ, ସାଂଗଠନିକ ଓ ଲୋକ ସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ। ଅତି ନିକଟରେ ରହି ସାହାର୍ଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ।

ବିଛା : ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ଭୁଲ୍ ବୁଝାମଣା ହେତୁକ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖା ଦେବ । ଦୀର୍ଘଦିନରୁ ଚିନ୍ତା କରୁଥିବା କାମରେ ଅଗ୍ରଗତିର ସୂଚନା ପାଇ ସାମୟିକ ଖୁସି ହେବେ । କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।

ଧନୁ : ଆଜି ବ୍ୟବସାୟ,ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଉଚ୍ଚବର୍ଗଙ୍କ ସହାୟତା ମିଳିବା ସାଙ୍ଗକୁ ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ । ଅତୀତ ଘଟଣାକୁ ଚିନ୍ତା କରି ଆଜି ସକାଳୁ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିବ ।

ମକର : ଦୂରେଇ ରହୁଥିବା ପ୍ରିୟବ୍ୟକ୍ତି ଟି ପାଖେଇ ଆସିବ। ରଚନାତ୍ମକ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ଗୁରୁବର୍ଗୀୟ ବ୍ୟକ୍ତିଙ୍କ ଆରୋଗ୍ୟ ସକାଶେ ବ୍ୟାକୁଳତା ପ୍ରକାଶ ପାଇବ। ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ।

କୁମ୍ଭ : କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ଓ ଅଭିଯୋଗ ପାଇବେ। ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ । ଦୀର୍ଘ ପ୍ରତୀକ୍ଷାରେ ଅବସାନ ଘଟିବ ଏବଂ ହଠାତ୍ କୌନସି ଖବର ପାଇ ଖୁସି ହେବେ । ମାଙ୍ଗଳିକ ତଥା ଜନକଲ୍ୟାଣମୂଳକ କାମରେ ନିଜକୁ ନିୟୋଜିତ କରି ଖୁସି ରହିପାରନ୍ତି ।

ମୀନ : ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ। ଆଜି ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବା ସହ ନିଜ ଲୋକମାନଙ୍କ ଶତ୍ରୁତା ଦୁଶ୍ଚିନ୍ତା କୁ ବୃଦ୍ଧି କରିବ। ଗତକାଲି ଠାରୁ ସ୍ଥଗିତ କାମକୁ ଆଜି ପୂରା କରିବା ପାଇଁ ନିଷ୍ପତ୍ତି ନେବେ। ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ୱିତ ହେବ।