ଆଜିର ରାଶିଫଳ (ରବିବାର)

ତା : ୦୭/୧/୨୦୨୪

ମେଷ : ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନ ପ୍ରାପ୍ତ ହେବ ।

ବୃଷ : କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖା ଦେବ ।

ମିଥୁନ : ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇ ପାରେ । ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ ।

କର୍କଟ : ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ ବଢିପାରେ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ ।

ସିଂହ : ଅଯଥା ଅର୍ଥ ବ୍ୟୟ ହେବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ମଧ୍ୟ ନେଇ ପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ ।

କନ୍ୟା : ଉଚ୍ଚ ସମ୍ମାନର ଅଧିକାରୀ ହେବେ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟା ବୃଦ୍ଧି ପାଇବ । ଭାଇମାନଙ୍କ ସହଯୋଗ ମିଳିବ ।

ତୁଳା : ସ୍ୱାସ୍ଥ୍ୟବସ୍ଥା ଖୁବ୍ ଭଲ ରହିବ । ଅଟକି ଥିବା କାର୍ଯ୍ୟର ଆରମ୍ଭ ଆଜି କରିବେ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଦାମ୍ପତ୍ୟ ଜୀବନ ରେ ଥିବା କିଛି ଅସୁବିଧା ଦେଖା ଦେବ ।

ବିଛା : ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

ଧନୁ : ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ଦମ୍ପତି ମାନଙ୍କ ପାଇଁ ଦିନଟି ଭଲ ରହିବ ।

ମକର : ଅଟକି ରହିବ କାର୍ଯ୍ୟ ଏହି ସଂପୂର୍ଣ୍ଣ ହେବ। । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ ।

କୁମ୍ଭ : ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ । କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ ।

ମୀନ : ମନରେ ସାମାନ୍ୟ ଆତ୍ମ ଗର୍ବ ରହିବ। ନୂତନ ଚାକିରିରେ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ସୃଷ୍ଟି ହେବ । ନୂତନ ବସ୍ତୁ କ୍ରୟ କରିବେ ।