ଆଜିଠୁ ଖୋଲିଲା ସର୍ବସାଧାରଣଙ୍କ ଲାଗି ରାଜଭବନ ଉଦ୍ୟାନ

ଆଜିଠୁ ଖୋଲିଲା ସର୍ବସାଧାରଣଙ୍କ ଲାଗି ରାଜଭବନ ଉଦ୍ୟାନ

ଭୁବନେଶ୍ୱର, ୦୬/୧ : ଆଜି ଠାରୁ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଲୋକମାନେ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ । ବିନା କୌଣସି ପ୍ରବେଶ ଶୁଳ୍କରେ ଆପଣମାନେ ରାଜଭବନ ଉଦ୍ୟାନ ପରିଭ୍ରମଣ କରିପାରିବେ ।  ଅପରାହ୍ନ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ସମୟ ରହିଛି । କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ । ଛୁଟି ଦିନ ସହ ରବିବାର ମଧ୍ୟ ଏହା ଖୋଲା ରହିବ । ତେବେ ଭ୍ରମଣ ସମୟରେ ବନ୍ଧୁକ , ଅସ୍ତ୍ରଶସ୍ତ୍ର , କ୍ୟାମେରା , ଖାଇବା ସମାଗ୍ରୀ ଆଦି ଜିନିଷ ନେବାକୁ ବାରଣ ରହିଛି । ସେପଟେ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଏକାମ୍ର କାନନରେ ଦୁଇ ଦିନିଆ ବାର୍ଷିକ ଫୁଲ ପ୍ରଦର୍ଶନୀ ଆୟୋଜିତ ହେବ ।