ମେଷ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଦିନ ରହିବ । ବ୍ୟବସାୟରେ ଭଲ ଲାଭ ମିଳିପାରେ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ମଧ୍ୟ ହୋଇପାରେ । ପରିବାରରେ ଅଯଥା ଯୁକ୍ତିତର୍କ କରିବାରୁ ଦୂରେଇ ରୁହନ୍ତୁ, ନଚେତ୍ ପରିବେଶ ଅଶାନ୍ତ ହୋଇପାରେ । ମଧ୍ୟାହ୍ନ ପରେ ମନ ଶାନ୍ତ ରହିବ । ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ଭେଟ ହେବାରୁ ଖୁସି ମିଳିବ । ଭାଗ୍ୟର ସାଥ୍ ମିଳିପାରେ ଏବଂ ଭାଇଭଉଣୀଙ୍କଠାରୁ ସ୍ନେହ ଓ ସମର୍ଥନ ପାଇବେ ।
ବୃଷ : ଆଜି ଆପଣଙ୍କ ପାଇଁ ସାଧାରଣ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଦେଇପାରେ, ଯାହା ଚିନ୍ତା ବଢ଼ାଇବ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବା ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ, ତେଣୁ ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ । ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଦେଖାଦେଇପାରେ । ପରିବାରର ସମର୍ଥନ ମିଳିବ ଏବଂ ଘରର ପରିବେଶ ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା ଆସିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ମିଥୁନ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଦିନ ରହିବ । ଆର୍ଥିକ କାରବାର କରିବା ସମୟରେ ସତର୍କ ରୁହନ୍ତୁ ଏବଂ ଅନାବଶ୍ୟକ ବିବାଦରୁ ଦୂରେଇ ରହନ୍ତୁ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ । ପରିବାରର କାହାର ବ୍ୟବହାର ମନକୁ କଷ୍ଟ ଦେଇପାରେ । ମଧ୍ୟାହ୍ନ ପରେ ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ମନ ହାଲୁକା ରହିବ । ବନ୍ଧୁଙ୍କଠାରୁ ଉପହାର ମିଳିବା ସହ ପରିବାରର ସମର୍ଥନ ପାଇବେ । ଆଧ୍ୟାତ୍ମିକ କାର୍ଯ୍ୟରେ ଧନ ଖର୍ଚ୍ଚ କରିପାରନ୍ତି । ମନକୁ ଏକାଗ୍ର ରଖି କାମ କରନ୍ତୁ ।
କର୍କଟ : ଆଜି ଆପଣଙ୍କ ପାଇଁ ଶୁଭ ଦିନ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଅପ୍ରତ୍ୟାଶିତ ଆର୍ଥିକ ଲାଭର ଯୋଗ ରହିଛି । ପରିବାରର ପରିବେଶ ଆନନ୍ଦମୟ ରହିବ । ବିବାହ ପାଇଁ ଆଗ୍ରହୀ ଯୁବକମାନଙ୍କୁ ଜୀବନସାଥୀ ମିଳିବାର ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟରେ ଭାଗ ନେବାରୁ ସମ୍ମାନ ଓ ପରିଚୟ ବଢ଼ିବ । ଯାତ୍ରା ପାଇଁ ଯୋଜନା ହୋଇପାରେ । ଖର୍ଚ୍ଚ ବଢ଼ିବାର ସମ୍ଭାବନା ଥିବାରୁ ଆର୍ଥିକ ମାମଲାରେ ସତର୍କ ରୁହନ୍ତୁ । ଗାଡ଼ି ଚଳାଇବା ସମୟରେ ସାବଧାନ ରହିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ : ଆଜି ଆପଣଙ୍କ ପାଇଁ ଭଲ ଦିନ ରହିବ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବା ସହ ପାରିବାରିକ ଜୀବନରେ ସୁଖ ଓ ସନ୍ତୋଷ ମିଳିବ । ବ୍ୟବସାୟରେ ସଫଳତା ମିଳିପାରେ ଏବଂ ଆପଣଙ୍କ କାମକୁ ଉଚ୍ଚାଧିକାରୀମାନେ ପ୍ରଶଂସା କରିବେ । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱକୁ ଭଲ ଭାବରେ ପୂରଣ କରିପାରିବେ । ମାନସିକ ଚାପରୁ ମୁକ୍ତି ମିଳିବା ସହ ଆର୍ଥିକ ଲାଭର ସମ୍ଭାବନା ରହିଛି । ଜୀବନସାଥୀ ଓ ସନ୍ତାନଙ୍କଠାରୁ ଖୁସି ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ ଏବଂ ଦିନଟି ଉତ୍ସାହରେ କଟିବ ।
କନ୍ୟା : ଆଜି ଆପଣଙ୍କ ପାଇଁ ମିଶ୍ରିତ ଦିନ ରହିବ । ସ୍ୱାସ୍ଥ୍ୟରେ କିଛି ଉତ୍ଥାନପତନ ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ କାରଣରୁ ସମସ୍ୟା ହୋଇପାରେ ଏବଂ ଖର୍ଚ୍ଚ ବଢ଼ିବ । ସନ୍ତାନଙ୍କୁ ନେଇ ଚିନ୍ତା ରହିପାରେ । ମଧ୍ୟାହ୍ନ ପରେ କାମରେ ସଫଳତା ମିଳିବାରୁ ମନ ଖୁସି ହେବ । ବ୍ୟବସାୟିକ ପରିବେଶ ଅନୁକୂଳ ରହିବ ଏବଂ ବୟସ୍କଙ୍କ ଆଶୀର୍ବାଦରେ କାର୍ଯ୍ୟ ସଫଳ ହୋଇପାରେ । ବ୍ୟବସାୟରେ ଉନ୍ନତି ଓ ଧନଲାଭର ଯୋଗ ରହିଛି । ଧୈର୍ଯ୍ୟ ରଖି ସମସ୍ତ କାମ କରନ୍ତୁ ।
ତୁଳା : ଆଜି ଆପଣଙ୍କ ପାଇଁ ସ୍ୱାଭାବିକ ଦିନ ରହିବ । ମନକୁ ଶାନ୍ତ ଓ ପ୍ରଫୁଲ୍ଲ ରଖିବା ପାଇଁ ଆଧ୍ୟାତ୍ମିକ କାର୍ଯ୍ୟ ଓ ଈଶ୍ୱରଙ୍କ ସ୍ମରଣରେ ସମୟ ବିତାନ୍ତୁ । କ୍ରୋଧ ଓ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ବିବାଦରେ ପଡ଼ିପାରନ୍ତି । ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବା ସହ ସହକର୍ମୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଭଲ ରହିବ, ତେଣୁ ମନକୁ ଶାନ୍ତ ରଖନ୍ତୁ ।
ବିଛା : ଆଜି ଆପଣଙ୍କ ପାଇଁ ମିଶ୍ରିତ ଦିନ ରହିବ । ବ୍ୟବସାୟରେ ଭଲ ଲାଭ ହୋଇପାରେ ଏବଂ ଆର୍ଥିକ ସ୍ଥିତି ସୁଧୁରିବ । କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ବଢ଼ିପାରେ । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବା ସହ ପରିବାର ସହ ଯାତ୍ରା ଯୋଜନା କରିପାରନ୍ତି । ମନୋରଞ୍ଜନ ଓ ଖୁସିର ସୁଯୋଗ ମିଳିବ । ମଧ୍ୟାହ୍ନ ପରେ ଅଧିକ ଚିନ୍ତା କରିବାରୁ ମାନସିକ ଥକାପଣ ଅନୁଭବ ହୋଇପାରେ । କ୍ରୋଧ ବଢ଼ିବାରୁ ସମସ୍ୟା ହୋଇପାରେ, ତେଣୁ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ଧନୁ : ଆଜି ଆପଣଙ୍କ ପାଇଁ ଶୁଭ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ଧ୍ୟାନ ଓ କଠିନ ପରିଶ୍ରମ ସଫଳତା ଆଣିବ । କାମରେ ଭଲ ଫଳ ମିଳିବାରୁ ଆନନ୍ଦ ଅନୁଭବ କରିବେ । ସାମାଜିକ କାର୍ଯ୍ୟରେ ଭାଗ ନେବାରୁ ସମ୍ମାନ ଓ ପ୍ରତିଷ୍ଠା ବଢ଼ିପାରେ । ପରିବାରର ପରିବେଶ ଭଲ ରହିବ ଏବଂ ମାନସିକ ଶାନ୍ତି ମିଳିବ । ଭାବନାରେ ଭାସି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ । ପରିବାର ସହ ସମୟ ବିତାଇବେ ଏବଂ ବ୍ୟବସାୟିକ ସହଯୋଗୀଙ୍କଠାରୁ ଲାଭ ମିଳିପାରେ । ଦିନଟି ସକାରାତ୍ମକ ରହିବ ।
ମକର : ଆଜି ଆପଣଙ୍କ ପାଇଁ ଭଲ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି ଏବଂ କାର୍ଯ୍ୟକ୍ଷେତ୍ରର ପରିବେଶ ଅନୁକୂଳ ରହିବ । ସହକର୍ମୀଙ୍କ ସମର୍ଥନ ମିଳିବାରୁ କାମ ସଫଳ ହେବ । ଲେଖାଲେଖି ଓ ସୃଜନଶୀଳ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ବୌଦ୍ଧିକ ଆଲୋଚନାରେ ଭାଗ ନେଲେ କାର୍ଯ୍ୟକ୍ଷେତ୍ରରେ ଲାଭ ମିଳିପାରେ । ଆପଣଙ୍କ ଖ୍ୟାତି ଓ ପ୍ରତିଷ୍ଠା ବଢ଼ିବ । ପରିବାରରେ ଖୁସିର ପରିବେଶ ରହିବ । ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଦିନ ରହିବ । ଜିଦ୍ଖୋର ମନୋଭାବ ଛାଡ଼ି ନିଜ ଭାବନାକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ମାନସିକ ଚିନ୍ତା ବଢ଼ିପାରେ । ଆର୍ଥିକ ମାମଲା ଧୀରେ ଧୀରେ ସୁଧୁରିବ । ପୋଷାକ, ଅଳଙ୍କାର ଓ ପ୍ରସାଧନ ସାମଗ୍ରୀ ପାଇଁ ଖର୍ଚ୍ଚ ହୋଇପାରେ । ପରିବାରର ସମର୍ଥନ ମିଳିବ । ମଧ୍ୟାହ୍ନ ପରେ ମନରେ ଭିନ୍ନ ଭିନ୍ନ ଚିନ୍ତା ଆସିପାରେ । ନୂଆ କାମ ଆରମ୍ଭ କରିବାରୁ ଦୂରେଇ ରହି ବୌଦ୍ଧିକ ଓ ତାର୍କିକ କାମରେ ଧ୍ୟାନ ଦିଅନ୍ତୁ । ପେଟ ସମସ୍ୟା ଓ ଯାତ୍ରାରୁ ସତର୍କ ରୁହନ୍ତୁ ।
ମୀନ : ଆଜି ଆପଣଙ୍କ ପାଇଁ ଭଲ ଦିନ ରହିବ । ମନ ପ୍ରଫୁଲ୍ଲ ରହିବାରୁ ମାନସିକ ଶାନ୍ତି ଓ ହାଲୁକାପଣ ଅନୁଭବ କରିବେ । ପରିବାରର ସମସ୍ୟା ନେଇ ଆଲୋଚନା କରି ସମାଧାନ ବାହାର କରିପାରିବେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ମିଳିପାରେ । ଭାଗ୍ୟର ସାଥ୍ ମିଳିବାର ସମ୍ଭାବନା ରହିଛି । ମଧ୍ୟାହ୍ନ ପରେ ଭାବପ୍ରବଣତା ଓ ମାନସିକ ଚାପ ବଢ଼ିପାରେ । ତେଣୁ ନିଜ ଭାବନାକୁ ସଂଯମରେ ରଖନ୍ତୁ ଏବଂ ଅତ୍ୟଧିକ ଚିନ୍ତା କରିବାରୁ ଦୂରେଇ ରୁହନ୍ତୁ ।