ମେଷ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ଓ ଫଳପ୍ରଦ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ରହିଛି । କଠିନ ପରିଶ୍ରମର ଉଚିତ ଫଳ ପାଇବେ । କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ତେବେ କୌଣସି କାମରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହାଦ୍ୱାରା ବ୍ୟବସାୟରେ କ୍ଷତି ହେବା ସହ ଉପରିସ୍ଥ ଅଧିକାରୀଙ୍କଠାରୁ ତାଗିଦ୍ ଶୁଣିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ପରିବାରରେ ହସଖୁସିର ପରିବେଶ ରହିବ । ଆରାମ ଓ ବିଳାସପୂର୍ଣ୍ଣ ଜୀବନ ପ୍ରତି ଆଗ୍ରହ ବଢ଼ିବ । ସ୍ୱାସ୍ଥ୍ୟ ଭଲ ରହିବ ।
ବୃଷ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଆର୍ଥିକ ଲାଭର ନୂଆ ସୁଯୋଗ ଆଣିବ । ମନରେ ଉତ୍ସାହ ଓ ଶରୀରରେ ନୂତନ ଶକ୍ତି ଅନୁଭବ କରିବେ । ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ତେବେ ଅନୈତିକ ଉପାୟରେ ଟଙ୍କା ରୋଜଗାର କରିବାରୁ ଦୂରେଇ ରୁହନ୍ତୁ । ଚାକିରିଆମାନେ ଅଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ସତର୍କ ରହିବା ଉଚିତ । ପରିବାର ସହ ଭଲ ସମୟ ବିତିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଓ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ ।
ମିଥୁନ : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କର୍ମକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ, ଯାହା ଆପଣଙ୍କ ମନକୁ ବିଚଳିତ କରିବ । କାମ କରିବାକୁ ମନ ବଳାଇବାରେ ଅସୁବିଧା ହୋଇପାରେ । ଆର୍ଥିକ ସ୍ଥିତି ସ୍ୱାଭାବିକ ରହିବ । ବ୍ୟବସାୟରେ ଅଧିକ ବିପଦ ନିଅନ୍ତୁ ନାହିଁ, ନଚେତ୍ କ୍ଷତି ସହିବାକୁ ପଡ଼ିପାରେ । ସହକର୍ମୀଙ୍କ ସହ କଥାବାର୍ତ୍ତାରେ ସତର୍କ ରୁହନ୍ତୁ । ପରିବାର ସହ ସମ୍ପର୍କ ଭଲ ରହିବ । ବାହାରକୁ ଯିବାର ସୁଯୋଗ ମିଳିପାରେ । ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରହିଲେ ମାନସିକ ଶାନ୍ତି ମିଳିବ ।
କର୍କଟ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରହିବ । କର୍ମକ୍ଷେତ୍ରରେ କାମର ଗତି ଧିମା ହୋଇପାରେ । ତେବେ ନୂଆ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ମିଳିବ । ନୂଆ ଲୋକଙ୍କ ସହ ସମ୍ପର୍କ ବଢ଼ିବା ସହ ସମ୍ପତ୍ତି ସମ୍ବନ୍ଧୀୟ ପୁରୁଣା ସମସ୍ୟାର ସମାଧାନ ହୋଇପାରେ । ବ୍ୟବସାୟୀମାନେ ଅର୍ଥ ଯୋଗାଡ଼କୁ ନେଇ ଚିନ୍ତିତ ରହିପାରନ୍ତି । ପରିବାରର ସମର୍ଥନ ମିଳିବ । ତେବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ମତଭେଦ ଦେଖାଦେଇପାରେ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କଠିନ ପରିଶ୍ରମ ଯୋଗୁଁ ସମସ୍ତ କାମରେ ସଫଳତା ମିଳିବ । ଦୀର୍ଘଦିନ ଧରି ଅଟକି ରହିଥିବା କାମ ପୂରଣ ହୋଇପାରେ । ବ୍ୟବସାୟରେ ଆର୍ଥିକ ଲାଭ ଓ ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି । ତେବେ ଅଯଥା ଖର୍ଚ୍ଚ ବଢ଼ିବା ଯୋଗୁଁ ଚିନ୍ତା ବଢ଼ିପାରେ । କଥାବାର୍ତ୍ତା ବେଳେ ଶବ୍ଦର ସଂଯମ ରଖନ୍ତୁ । ଭୁଲ୍ କଥା ଆପଣଙ୍କୁ ଅସୁବିଧାରେ ପକାଇପାରେ । ସାମାଜିକ କାର୍ଯ୍ୟରେ ଆଗ୍ରହ ବଢ଼ିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ।
କନ୍ୟା : ଆଜି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ । କଠିନ ପରିଶ୍ରମର ସକାରାତ୍ମକ ଫଳ ମିଳିବ । ନୂତନ ଶକ୍ତି ଓ ଉତ୍ସାହ ସହ ସମସ୍ତ କାମ ସହଜରେ ସମ୍ପୂର୍ଣ୍ଣ କରିପାରିବେ । ଦୀର୍ଘଦିନରୁ ପଡ଼ି ରହିଥିବା କାମ ମଧ୍ୟ ଶେଷ ହୋଇପାରେ । ସମ୍ପତ୍ତିରେ ନିବେଶ ଲାଭଦାୟକ ହେବାର ସମ୍ଭାବନା ରହିଛି । ଚାକିରିରେ ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ । ଏହାଦ୍ୱାରା ସାମାଜିକ ପ୍ରତିଷ୍ଠା ବଢ଼ିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।
ତୁଳା : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ଅଧିକ ପରିଶ୍ରମ କରିବା ସତ୍ତ୍ୱେ ଆଶାନୁଯାୟୀ ସଫଳତା ନ ମିଳିବାରୁ ମନ ନିରାଶ ହୋଇପାରେ । ସ୍ୱାସ୍ଥ୍ୟ ଓ ଘରୋଇ ସମସ୍ୟା ଚିନ୍ତା ବଢ଼ାଇପାରେ । ଚାକିରି ଓ ବ୍ୟବସାୟରେ ସଫଳତା ପାଇଁ ସୁଯୋଗ ଆସିବ, କିନ୍ତୁ ଅଧିକ କାମର ଚାପ ଯୋଗୁଁ ସେହି ସୁଯୋଗ ହାତଛଡ଼ା ହୋଇପାରେ । ପରିବାରର ସମର୍ଥନ ମିଳିବ । ବନ୍ଧୁମାନଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ ।
ବିଛା : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଭଲ ଲାଭ ହେବା ସହ ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ମିଳିପାରେ । କାମର ଚାପ ଅଧିକ ରହିଲେ ମଧ୍ୟ ଆପଣଙ୍କ ପରିଶ୍ରମର ଉଚିତ ଫଳ ମିଳିବ । କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ । ଏହାଦ୍ୱାରା ଭଲ ସୁଯୋଗ ହାତଛଡ଼ା ହୋଇପାରେ । ସେୟାର ବଜାର ଓ ସମ୍ପତ୍ତିରେ ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ବୟସ୍କଙ୍କ ସେବା କରନ୍ତୁ । ପରିବାରରେ ଖୁସିର ପରିବେଶ ରହିବ । ପରିବାର ସହ ପିକନିକ୍ ଯିବାର ଯୋଜନା ହୋଇପାରେ ।
ଧନୁ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ବ୍ୟବସାୟରେ ଭଲ ସ୍ଥିତି ରହିବ, କିନ୍ତୁ ଅଧିକ କାମର ଚାପ ମାନସିକ ଚିନ୍ତା ବଢ଼ାଇପାରେ । କଠିନ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ଆର୍ଥିକ ସ୍ଥିତି ମଜଭୁତ ହେବ । ତେବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କଥାବାର୍ତ୍ତାରେ ସଂଯମ ରକ୍ଷା କରନ୍ତୁ । ନଚେତ୍ ଅନାବଶ୍ୟକ ବିବାଦରେ ଫସିପାରନ୍ତି । ପରିବାରରେ ମତଭେଦ ଦେଖାଦେଇପାରେ । ନିଷ୍ପତ୍ତି ନେବାରେ ତରବରିଆ ହୁଅନ୍ତୁ ନାହିଁ । ପରିବାର ଓ ବନ୍ଧୁଙ୍କ ସମର୍ଥନ ମିଳିବ । ଧାର୍ମିକ ଯାତ୍ରାର ସୁଯୋଗ ରହିଛି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମକର : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ସ୍ଥିତି ଭଲ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିବା ଯୋଗୁଁ ଆର୍ଥିକ ଚିନ୍ତା ଦେଖାଦେଇପାରେ । ନିଜର କଠୋର ଓ ରୁକ୍ଷ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଅନ୍ୟମାନଙ୍କ ସହ ଯୁକ୍ତିତର୍କ ହୋଇପାରେ ଏବଂ ଦିନଟି ଖରାପ ହୋଇପାରେ । ଯାତ୍ରାରୁ ଲାଭ ମିଳିବାର ସମ୍ଭାବନା ରହିଛି । ନିଜ କାମ ପ୍ରତି ଦାୟିତ୍ୱବାନ ହୁଅନ୍ତୁ ଓ ପଡ଼ି ରହିଥିବା କାମ ଶେଷ କରନ୍ତୁ । ନୂଆ ଚାକିରିର ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।
କୁମ୍ଭ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଏହାଦ୍ୱାରା ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ । କଠିନ ପରିଶ୍ରମ ଯୋଗୁଁ ସମସ୍ତ କାମରେ ସଫଳତା ମିଳିବାର ସମ୍ଭାବନା ରହିଛି । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ମନୋନିବେଶ କରିବା କଷ୍ଟକର ହୋଇପାରେ । କାମର ଚାପ ଯୋଗୁଁ ମାନସିକ ଓ ଶାରୀରିକ ଥକ୍କାପଣ ଅନୁଭବ କରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଓ ଯାତ୍ରାରୁ ଦୂରେଇ ରୁହନ୍ତୁ ।
ମୀନ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ବ୍ୟବସାୟରେ ଉତ୍ଥାନପତନ ଦେଖାଦେଇପାରେ । ଅନାବଶ୍ୟକ କାମରେ ଅଧିକ ସମୟ ନଷ୍ଟ ହୋଇପାରେ । ତେବେ ବୟସ୍କଙ୍କ ପରାମର୍ଶ ନେଇ କାମ କଲେ ସଫଳତା ଓ ଆର୍ଥିକ ଲାଭର ସୁଯୋଗ ମିଳିବ । କୌଣସି ପ୍ରଲୋଭନରେ ପଡ଼ନ୍ତୁ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ସମର୍ଥନ ନ ମିଳିବାରୁ ନିରାଶ ହୋଇପାରନ୍ତି । ପରିବାର ସହ ବାହାରକୁ ବୁଲିଯିବାର ଯୋଜନା କରିପାରନ୍ତି । ଆର୍ଥିକ କାରବାରରେ ସତର୍କ ରୁହନ୍ତୁ । ପରିବାରରେ ଶାନ୍ତି ଓ ସୁଖର ପରିବେଶ ରହିବ ।