ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ରଗବୀ ସେଭେନ୍ସ ଉଦଯାପିତ, କିଟ୍ ମହିଳା ଓ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପୁରୁଷ ବିଭାଗ ଚାମ୍ପିଅନ

ଭୁବନେଶ୍ୱର, ୦୭/୦୪ : ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ରଗବୀ ସେଭେନ୍ସ ଉଦଯାପିତ। କିଟ୍ ମହିଳା ଓ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପୁରୁଷ ବିଭାଗରେ ଚାମ୍ପିଅନ ହୋଇଛନ୍ତି । କିଟ୍ ରାହୁଲ ବୋଷ ରଗବୀ ଷ୍ଟାଡିୟମଠାରେ ଆସୋସିଏସନ ଅଫ୍ ଇଣ୍ଡିଆନ ୟୁନିଭରସିଟି (AIU) ର ତତ୍ତ୍ୱାବଧାନରେ ଏବଂ KISS ଡିମଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ସର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ରଗବୀ ସେଭେନ୍ସ ଚାମ୍ପିଅନସିପ୍ ୨୦୨୫-୨୬ ସଫଳତାର ସହ ଶେଷ ହୋଇଛି । ଏହି ପାଞ୍ଚ ଦିନିଆ ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଦଳଗୁଡ଼ିକ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ମହିଳା ବିଭାଗରେ କିଟ୍ ଡିମଡ ବିଶ୍ୱବିଦ୍ୟାଳୟ ଚାମ୍ପିଅନ ହୋଇ ବିଜୟୀ ମୁକୁଟ ପିନ୍ଧିଛି । ଏକପାଖିଆ ଫାଇନାଲ ମ୍ୟାଚରେ କିଟ୍ ଦଳ ୩୧-୦ ସ୍କୋରରେ କୋହ୍ଲାପୁରର ଶିବାଜୀ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା ।

ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ହାର୍ଡଲାଇନ ମ୍ୟାଚରେ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ, ମୋହାଲି ଆୟୋଜକ KISS ଦଳକୁ ୨୪-୫ ବ୍ୟବଧାନରେ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା । ଅନ୍ୟପଟେପୁରୁଷ ବିଭାଗରେ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ, ମୋହାଲି ଜାତୀୟ ଚାମ୍ପିଅନହୋଇଛି । ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ୧୯-୭ ସ୍କୋରରେ ଆୟୋଜକ କିଟ୍ ଡିମ୍ ଡ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଶୀର୍ଷ ସ୍ଥାନ ଦଖଲ କରିଛି । ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ର କାଲିକଟ ବିଶ୍ୱବିଦ୍ୟାଳୟକୁ ୨୨-୧୭ ବ୍ୟବଧାନରେ ହରାଇଛି ।

SBI AD