ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆପଲ କମ୍ପାନୀ ସିଇଓ ଟିମ୍ କୁକ

0

ନୂଆଦିଲ୍ଲୀ : ଭାରତରେ ଆପଲର ଦ୍ୱିତୀୟ ଷ୍ଟୋର ଉନ୍ମୋଚନ ହେବା ପୂର୍ବରୁ କମ୍ପାନୀ ସିଇଓ ଟିମ୍ କୁକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ସାକ୍ଷାତ ସମୟର ଫଟୋକୁ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତିଥ୍ୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି ଆପଲ । ଟିମ କୁକଙ୍କ ଟ୍ୱିଟରେ ରିଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ବିବିଧ ବିଷୟ ଉପରେ ବିଚାରର ଆଦାନ ପ୍ରଦାନ ଏବଂ ଭାରତରେ ଚାଲିଥିବା ପ୍ରଯୁକ୍ତି ପରିଚାଳିତ ପରିବର୍ତ୍ତନ ଉପରେ ଚର୍ଚ୍ଚା କରି ଖୁସି ଲାଗିଲା। ଟିମ୍ କୁକ୍ ଲେଖିଛନ୍ତି, ‘ଭାରତର ଭବିଷ୍ୟତ ଉପରେ ପ୍ରଯୁକ୍ତିର ସକାରାତ୍ମକ ପ୍ରଭାବ ନେଇ ଆପଣଙ୍କ ଦୃଷ୍ଟିକୋଣ ପ୍ରତି ଏକମତ ଅଛୁ । ଶିକ୍ଷା ଏବଂ ଡେଭଲପର୍ସଠାରୁ ବିନିର୍ମାଣ ଏବଂ ପରିବେଶ ଯାଏ, ବଢିବା ଏବଂ ସାରା ଦେଶରେ ନିବେଶ ପାଇଁ ପ୍ରତିବଦ୍ଧ ଅଛୁ’ ।

ଆଇଫୋନ ନିର୍ମାତା ଆପଲର ସିଇଓ ଟିମ କୁକ ଗୁରୁବାର ଦିଲ୍ଲୀରେ କମ୍ପାନିର ପ୍ରଥମ ଷ୍ଟୋର ଉଦଘାଟନ କରି ଗ୍ରାହକଙ୍କୁ ସ୍ୱାଗତ କରିବେ । ଭାରତରେ ଆପଲର ଦ୍ୱିତୀୟ ଷ୍ଟୋରର ଉଦଘାଟନ ଟିମ କୁକଙ୍କ ଉପସ୍ଥିତିରେ ହେବ । ଏହା ପୂର୍ବରୁ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କୁ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି । ଆପଲର ଏହି ଷ୍ଟୋର ସାକେତର ସେଲେକ୍ଟ ସିଟିୱକ ମଲରେ ଖୋଲିବ ।

SBI AD
Leave A Reply

Your email address will not be published.