୧୨ ବର୍ଷ ବୟସରେ ଜିତିଥିଲେ ଜାତୀୟ ପୁରସ୍କାର ; ଆଜି ସେ ଅଟୋଡ୍ରାଇଭର

ନୂଆଦିଲ୍ଲୀ, ୧୨/୦୭ : ଜଣେ କଳାକାର ଜାତୀୟ ପୁରସ୍କାର ପାଇବା କିମ୍ବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ଅସ୍କାର ପାଇଁ ମନୋନୀତ ହେବା ପରେ ସଫଳତାର ନୂଆ ପାହାଚ ଚଢ଼ିଥାନ୍ତି । କିନ୍ତୁ ଶଫିକ୍ ସୟଦଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା ଥିଲା । ମୀରା ନାୟାରଙ୍କ ବିଶ୍ୱପ୍ରସିଦ୍ଧ ଚଳଚ୍ଚିତ୍ର ‘ସଲାମ୍ ବମ୍ବେ’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଜାତୀୟ ପୁରସ୍କାର ଜିତିବା ସତ୍ତ୍ୱେ ଆଜି ସେ ବେଙ୍ଗାଲୁରୁର ଗଳିକନ୍ଦିରେ ଅଟୋ ଚଲାଉଛନ୍ତି । ଗ୍ଲାମର ଦୁନିଆର ଚାକଚକ୍ୟ ପଛରେ ଲୁଚି ରହିଥିବା ଏହା ଏକ ଅତ୍ୟନ୍ତ ଦୁଃଖଦ ତଥା ସତ୍ୟ କାହାଣୀ ।