ଆଜି ଏକ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବ । ବୁଦ୍ଧି ଓ ବାଣୀର କାରକ ଗ୍ରହ ବୁଧ ଏବଂ ଆତ୍ମବିଶ୍ୱାସ ଓ ଶକ୍ତିର ପ୍ରତୀକ ସୂର୍ଯ୍ୟ ସମାନ ରାଶିରେ ଠିକ୍ ସମାନ ଡ୍ରଗ୍ରୀରେ ଅର୍ଥାତ୍ ୦ ଡିଗ୍ରୀରେ ରହିବେ । ଜ୍ୟୋତିଷ ମତରେ, ଯେତେବେଳେ ଏହି ଦୁଇ ମିତ୍ର ଗ୍ରହ ଏକାଠି ହୁଅନ୍ତି, ସେତେବେଳେ ଏକ ଶକ୍ତିଶାଳୀ ଯୋଗ ସୃଷ୍ଟି ହୁଏ । କୁହାଯାଏ ଯେ, ଏହି ଯୋଗ ନୂଆ ଆରମ୍ଭ, ସକାରାତ୍ମକ ଶକ୍ତି ଓ ଜୀବନରେ ପରିବର୍ତ୍ତନ ଆଣିଥାଏ । ଏହି ବିଶେଷ ଯୋଗର ପ୍ରଭାବରେ କିଛି ରାଶିର ଲୋକଙ୍କ ଜୀବନରେ ଉନ୍ନତି, ସମ୍ମାନ ଓ ଧନ ଲାଭର ସୁଯୋଗ ଆସିପରେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ଚମକିପାରେ ।
ମେଷ : ମେଷ ରାଶିର ଲୋକଙ୍କ ପାଇଁ ଏହି ସମୟ ଖୁବ୍ ଭଲ ରହିପାରେ । ଚାକିରିରେ ନୂଆ ସୁଯୋଗ ମିଳିପାରେ । ଯେଉଁମାନେ ଚାକିରି ବଦଳାଇବା କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଥିଲେ, ସେମାନଙ୍କ ପାଇଁ ସମୟ ଅନୁକୂଳ ହୋଇପାରେ । ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ମିଳିପାରେ । ସମାଜରେ ମାନ-ସମ୍ମାନ ବଢ଼ିପାରେ।
ମିଥୁନ : ବୁଧ ଆପଣଙ୍କ ରାଶିର ସ୍ୱାମୀ ଗ୍ରହ ହୋଇଥିବାରୁ, ସୂର୍ଯ୍ୟଙ୍କ ସହିତ ତାଙ୍କର ଏହି ନିକଟ ଯୋଗ ଆପଣଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇପାରେ। ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତାରେ ବଡ଼ ସୁଧାର ଦେଖିବାକୁ ମିଳିପାରେ। ବ୍ୟବସାୟରେ ଦୀର୍ଘ ଦିନ ଧରି ଅଟକିଥିବା କାରବାର କିମ୍ବା ଚୁକ୍ତି ହଠାତ୍ ସଫଳ ହୋଇପାରେ। ଧନ ଆସିବାର ନୂଆ ଉତ୍ସ ସୃଷ୍ଟି ହୋଇପାରେ।
ସିଂହ : ସିଂହ ରାଶିର ଲୋକଙ୍କ ପାଇଁ ଏହି ଯୋଗ ଆତ୍ମବିଶ୍ୱାସ ବଢ଼ାଇପାରେ । କାର୍ଯ୍ୟକ୍ଷେତ୍ରରେ ବଡ଼ ଲୋକ ଓ ଅଧିକାରୀଙ୍କ ସହଯୋଗ ମିଳିପାରେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ମଜବୁତ ହୋଇପାରେ।
ତୁଳା : ତୁଳା ରାଶିର ଲୋକଙ୍କ ପାଇଁ ଏହି ଯୋଗ ଭାଗ୍ୟର ସାଥ ଆଣିପାରେ । ପୁରୁଣା ସମସ୍ୟା ଦୂର ହୋଇପାରେ । ଜୀବନରେ ସ୍ଥିରତା ଆସିପାରେ । ନିବେଶରୁ ଲାଭ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ଓ ନୂଆ ଦାୟିତ୍ୱ ମିଳିପାରେ।
ଧନୁ : ଧନୁ ରାଶିର ଲୋକଙ୍କ ପାଇଁ ଏହି ଯୋଗ ନୂଆ ଚିନ୍ତାଧାରା ଓ ସୃଜନଶୀଳତା ବଢ଼ାଇପାରେ । ଆପଣଙ୍କ ଯୋଜନା ସଫଳ ହୋଇପାରେ । ବ୍ୟବସାୟରେ ସହଭାଗୀତାରୁ ଲାଭ ମିଳିପାରେ । ବିଦେଶ ଯାତ୍ରା କିମ୍ବା ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ଭଲ ଖବର ମିଳିପାରେ । ସମାଜରେ ପ୍ରତିଷ୍ଠା ବଢ଼ିପାରେ ଏବଂ ଆର୍ଥିକ ସମସ୍ୟା କମିପାରେ ।