ଶାଶୁଘର ଲୋକଙ୍କ ଆକ୍ରମଣରେ ଗୁରୁତର ବୋହୁ

ସମାଜରେ ବଢି ଚାଲିଛି ବୋହୁ ନିର୍ଯାତନା ହାର । କେବଳ କାଗଜ କଲମରେ ରହିଯାଇଛି ନୀରି ସୁରକ୍ଷା । ପୋଲସରା ଥାନା ଅଞ୍ଚଳରେ ଶାଶୁଘର ଲୋକଙ୍କ ଆକ୍ରମଣରେ ଜନୈକ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର କରାଯାଇଛି। ପ୍ରାୟ ବର୍ଷେ ହେଲା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ମାମଲା ଥାନାକୁ ଯାଇଥିଲା। ଉଭୟଙ୍କ ପରିବାରକୁ ଥାନାକୁ ଡକାଇ ବହୁବାର ବୁଝାଶୁଝା କରି ଛାଡିଥିଲେ। ମାତ୍ର ମଙ୍ଗଳବାର ଏହା ଉଗ୍ରରୂପ ନେଇଥିଲା। ଶାଶୁଘର ଲୋକଙ୍କ ଆକ୍ରମଣରେ ପବିତ୍ରା ଗୁରୁତର ହୋଇ ପଡିଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ପବିତ୍ରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାପଘର ଲୋକଙ୍କ ସହାୟତାରେ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପବିତ୍ରାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲସରା ପୋଲିସ ଏହି ଘଟଣାରେ ୪ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିବାବେଳେ ବର୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାପଡିଛି।