କୋରୋନା ଭୟରେ ଭାରତରେ ବଢିଛି ବୀମା ପ୍ରତି ସଚେତନତା

ନୂଆଦିଲ୍ଲୀ,୧୧/୬: କୋଭିଡ -19 ଯୋଗୁଁ ଭାରତରେ ବୀମା ପ୍ରତି ସଚେତନତା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମହାମାରୀ ସମୟରେ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଆର୍ଥିକ ସ୍ଥିତି ଉପରେ ପର୍ଯ୍ୟାପ୍ତ ନିୟନ୍ତ୍ରଣ ରଖିଛନ୍ତି । ହେଲେ ନିଜ ପରିବାରର ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ସେମାନେ ଚିନ୍ତିତ ଅଛନ୍ତି। ଏହି କାରଣରୁ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମାର ଗୁରୁତ୍ୱ ପୂର୍ବ ଅପେକ୍ଷା ବହୁତ ଅଧିକ ବଢିଛି ।

ଏହି ସର୍ଭେରେ ସାମିଲ ୫୧ ପ୍ରତିଶତ ଲୋକ ସେମାନଙ୍କ ପରିବାର ପାଇଁ ବୀମା କଭର କିଣିବା ବିଷୟରେ ଚିନ୍ତା କରୁଛନ୍ତି । ଯେତେବେଳେ କି ପ୍ରାୟ ୮୦ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ମହାମାରୀ ସମୟରେ ବୀମାର ମହତ୍ବ ବିଷୟରେ ଜାଣିପାରିଲେ ।ଅନଲାଇନ ବୀମା ମାର୍କେଟପ୍ଲେସ policybazaar.com ଦ୍ୱାରା ଉପଭୋକ୍ତା ମଧ୍ୟରେ କରାଯାଇଥିବା ଏକ ସର୍ଭେରେ ଜଣାପଡିଛି କି, ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣେ ନିଶ୍ଚିତ କି ସେମାନେ ଆଗାମୀ ୧୨ ମାସ ପାଇଁ ନିଜ ପରିବାର ଖର୍ଚ୍ଚ ପୂରଣ ସମର୍ଥ ହେବ । ଏଥିରୁ ସ୍ପଷ୍ଟ କି ଲୋକ ଆଗାମୀ କିଛି ମାସର ପାଇଁ ପର୍ଯ୍ୟାପ୍ତ ସଞ୍ଚୟ କରି ରଖିଛନ୍ତି ।ଏହି ଅନଲାଇନ ସର୍ଭେ ପଲିସିବଜାର ଡଟ କମର ୧୪,୬୨୪ ୟୁଜର୍ସଙ୍କ ନେଇ କରାଯାଇଛି । ଏଥିରେ କୋଭିଡ-19 ମଧ୍ୟରେ ଲୋକଙ୍କୁ ଘରୋଇ ଆର୍ଥିକ ସ୍ଥିତି, ସେମାନଙ୍କ ନିବେଶ ଓ ବୀମା ସମ୍ବନ୍ଧରେ ବୁଝାଇବାକୁ ଚେଷ୍ଟା କରାଯାଇଛି ।