କେନ୍ଦ୍ରାପଡା,୨୨/୮: ଆଜି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଜନ୍ମଦିନ। ଏଥିପାଇଁ ଉତ୍ସବମୁଖର ତୁଳସୀକ୍ଷେତ୍ର। ଏହି ଅବସରରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜା ବିଧି ଓ ନିତିକାନ୍ତି କରାଯାଇଛି। ଶ୍ରୀକ୍ଷେତ୍ରରୁ ଭଉଣୀ ସୁଭଦ୍ରା ପଠାଇଥିବା ରାକ୍ଷୀ ବାନ୍ଧିଛନ୍ତି ବଳଦେବଜୀଉ। ପିଠା ପଣା ଖୀରି ପୁରି ଖାଇ ଜନ୍ମଦିନ ପାଳନ କରିଛି ଶ୍ରୀଜୀଉ।
କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଆଜି ଉତ୍ସବମୁଖର ହୋଇ ଉଠିଛି। ମନ୍ଦିରରେ ଦୈନିକ ନିତୀକାନ୍ତି ସହ କିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ସକାଳୁ ପହଡ ଖୋଲିବା ପରେ ଜୟମଙ୍ଗଳା ଆଳତି କରାଯାଇ ନିତିସ୍ନାନ କରାଯାଇଥିଲା। ବଲ୍ଲଭ ଭୋଗ ଏବଂ ସକାଳଧୂପ ପରେ ୩ ଦିଅଁଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଅଭିଷେକ ବେଶ କରାଯାଇଥିଲା। ପ୍ରଭୁ ବଳଦେବଙ୍କ ଜନ୍ମ ତିଥି ଉପଲକ୍ଷେ ମନ୍ଦିରରେ ଲକ୍ଷେ ତୁଳସୀ ଅର୍ପଣ କରାଯିବା ସହ ଲକ୍ଷେ ଆହୁତି ମଧ୍ୟ ଦିଆଯାଇଥିଲା। ଶ୍ରୀକ୍ଷେତ୍ରରୁ ଆସିଥିବା ରାକ୍ଷୀ ପ୍ରଭୁ ବଳଦେବଜୀଉ ଏବଂ ଶ୍ରୀଜଗନ୍ନାଥଙ୍କ ଠାରେ ଲାଗି କରାଯଇଥିଲା।
ପ୍ରଭୁ ବଳଦେବଙ୍କ ଜନ୍ମଦିନରେ ମନ୍ଦିରରେ ଖୀରି ଓ ପିଠା ଭୋଗ ଲାଗି କରାଯିବାର ପରମ୍ପରା ରହିଛି। ଏହି ଖୀରି ପିଠା ଭୋଗ ପ୍ରଭୁଙ୍କ ପାଖରେ ଲାଗି କରାଯିବା ପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବଂଟନ କରାଯାଇଥାଏ। ପ୍ରତିବର୍ଷ ଏହି ପବିତ୍ର ଦିବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କ ଦର୍ଶନ କରିବାକୁ ଥାଆି। କିୁ କରୋନା କଟକଣା ଥିବାରୁ ଖୁବ୍ କମ୍ ସଂଖ୍ୟକ ଶ୍ରଦ୍ଧାଳୁ ଆଜି ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି। ତବେ ସଂଧ୍ୟାରେ ଆଳତୀ ଦର୍ଶନ ପାଇଁ ଭକ୍ତମାନଙ୍କ ର ବିଶେଷ ଭିଡ ପରିଲକ୍ଷିତ ହେବବୋଲି ଅନୁମାନ କରାଯାଉଛି ।