ବନ୍ୟା ପାଣିରେ ରିଲ୍‌ସ କରିବା ହେଲା କାଳ, ଭାସିଗଲେ ୩ ଯୁବକ

ଭୁବନେଶ୍ୱର, ୨୬/୦୯ : ବନ୍ୟା ପାଣିରେ ରିଲ୍‌ସ କରିବା ହେଲା କାଳ । ପ୍ରଖର ସୁଅରେ ଭାସିଗଲେ ୩ ଜଣ ଯୁବକ । ଏଭଳି ଅଘଟଣ ବାଲେଶ୍ୱର ଜିଲ୍ଲା ଓଲନ୍ଦା ସାର ଗାଁର ତେନ୍ତୁଳିମୁଣ୍ଡି ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ୩ ଜଣ ଯୁବକ ତେନ୍ତୁଳିମୁଣ୍ଡି ଅଞ୍ଚଳରେ ବନ୍ୟା ପାଣି ନିକଟରେ ରିଲ୍‌ସ କରୁଥିଲେ । ଏହି ସମୟରେ ହଠାତ୍ ପାଣି ମାଡ଼ି ଆସିବା ସହ ସୁଅ ଅଧିକ ତୀବ୍ର ହୋଇଥିଲା । ଫଳରେ ୩ ଜଣ ଯାକ ପାଣି ସୁଅରେ ଭାସିଯାଇଥିବା ସୂଚନା ମିଳିଛି । ଘଟଣା ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ଖୋଜାଖୋଜି ଆରମ୍ଭ କରାଯାଇଛି ।