ଚଟ୍ଟଗ୍ରାମ,୧୭/୧୨ : ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ୪ର୍ଥ ଦିନ ଖେଳ ଶେଷସୁଦ୍ଧା ଭାରତ ୨୪୦ରେ ଆଗୁଆ ରହିଛି । ବାଙ୍ଗଲାଦେଶ ତା’ର ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ବିନିମୟରେ ୨୭୨ରନ୍ କରିଛି। ବାଂଲାଦେଶ ସମ୍ମୁଖରେ ଭାରତ ୫୧୩ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ବିଜୟ ପାଇଁ ବାଂଲାଦେଶକୁ ଆସନ୍ତାକାଲି ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିନରେ ୨୪୧ରନ୍ କରିବାକୁ ପଡିବ। ଅପର ପକ୍ଷରେ ଭାରତ ହାତରୁ ବିଜୟ ମାତ୍ର ୪ ୱିକେଟ ଦୂରରେ ରହିଛି।
ବାଂଲାଦେଶର ଦ୍ୱିତୀୟ ଇନିଂସରେ ଓପନର୍ ଜାକିର ହାସନ ଶତକ ହାସଲ କରିଥିବା ବେଳେ ଓପନିଂ ସହଯୋଗୀ ନଜମୁଲ୍ ହୋସେନ୍ ୬୭ରନ୍ ସଂଗ୍ରହ କରିଥିଲେ। ଆଜି ଦିନର ଖେଳ ଶେଷ ସୁଦ୍ଧା ଅଧିନାୟକ ସାକିବ୍ ଅଲ ହସନ୍ ୪୦ ଓ ମେହିଦି ହାସନ ୯ରନ୍ କରି କ୍ରିଜରେ ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୩ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଉମେଶ ଯାଦବ, ଅଶ୍ୱିନୀ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
