ନୂଆଦିଲ୍ଲୀ, ୦୫/୧୧ : ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ଘୋଷଣା କଲେ ତାରକା ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ । ପର୍ତ୍ତୁଗାଲ୍ ଜାତୀୟ ଦଳ ପକ୍ଷରୁ ଆଉ ଖେଳିବେ ନାହିଁ ଏହି କିମ୍ବଦନ୍ତୀ ଖେଳାଳି । ଗୁରୁବାର ସୋସିଆଲ୍ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ନଭେମ୍ବରର ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସେ ଜାତୀୟ ଦଳକୁ ଅଲବିଦା କହିବେ । ଏହା ସହ ୨୩ ବର୍ଷର ଏକ ସ୍ମରଣୀୟ ଅଧ୍ୟାୟରେ ପଡ଼ିବ ଯବନିକା ।