ଜାମୁକୋଳି ପାଇଁ ଅଭାବନୀୟ ଘଟଣା

0

ପାଚିଲା ଜାମୁକୋଳି ଖାଇବ ବୋଲି ଘରେ ଅଝଟ କଲା ପୁଅ। ମା’କୁ ଲୁଚି ଜାମୁକୋଳି ଗଛରେ ବି ଚଢିଲା। ହେଲେ ଜାମୁକୋଳି ମନଭରି ଖାଇବା ପୂର୍ବରୁ ଚାଲିଗଲା ଜୀବନ।
ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଗ୍ରାମର ସାରସ୍ୱତ ସାହିରେ। ଜାମୁକୋଳି ଗଛରୁ ପଡ଼ି ୧୦ ବର୍ଷ ବାଳକର ମୃତ୍ୟୁ ଘଟିଛି।

ଆଜି ଗ୍ରାମର ହର ଦୀପଙ୍କ ନାତି ରାଜା ଦୀପ ସନ୍ଧ୍ୟା ସମୟରେ ଘର ପାଖରେ ଥିବା ଜାମୁ ଗଛକୁ ଚଢ଼ି ଜାମୁକୋଳି ତୋଳିବାକୁ ଯାଇଥିଲେ। କୌଣସି କାରଣରୁ ହାତ ଖସି ଯିବାରୁ ସେ ଗଛ ପାଖରେ ଥିବା ଘର ଛାତ ଉପରେ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବଘିଆପଡ଼ା ପୋଲିସ୍‌ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

SBI AD
Leave A Reply

Your email address will not be published.