ଯୁଦ୍ଧ ପାଇଁ IPL ମ୍ୟାଚ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

0

ନୂଆଦିଲ୍ଲୀ, ୦୯/୦୫ : ଆଇଏଲ୍ ମ୍ୟାଚ୍ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ଘୋଷଣା କରାଯାଇଛି । ଏ ନେଇ ବିସିସିଆଇ ପକ୍ଷରୁ ୍ରଆଜି ଏକ ଜରୁରୀ ବୈଠକ ବସିଥିଲା । ବୈଠକରେ ଆପିଏଲ୍ ମ୍ୟାଚ୍ ବନ୍ଦ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗଣମାଧ୍ୟମକୁ ବିସିସିଆଇର ଜଣେ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶରେ ଯୁଦ୍ଧ ଚାଲିଥିବାବେଳେ ପଡ଼ିଆରେ କ୍ରିକେଟ୍ ମ୍ୟାଚ୍ ଚାଲିବା ନିରାଶାଜନକ । ମେ ୨୫ରେ ଖେଳ ସରିବାର ଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ରାତିରେ, ୮ ମଇ ରାତିରେ IPL 2025ର ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ବାତିଲ କରିବାକୁ ପଡିଲା। ଧର୍ମଶାଳାରୁ ଗୋଟିଏ ମ୍ୟାଚ୍ ସ୍ଥାନାନ୍ତରିତ ହୋଇସାରିଛି। ଖେଳାଳି ଏବଂ ଟୁର୍ଣ୍ଣାମେଣ୍ଟ ସହିତ ଜଡିତ ଅନ୍ୟ ଲୋକଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଉଦ୍ଧାର କରାଯିବ। ଗତକାଲି ରାତିରେ ଜମ୍ମୁ-କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା ​​ଯେତେବେଳେ ପାକିସ୍ତାନ ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

Leave A Reply

Your email address will not be published.