ଏଠାରେ ଦେବୀ ମାଙ୍କୁ ଦର୍ଶନ କରିବାକୁ ଆସନ୍ତି ଭାଲୁ

0

ଛତିଶଗଡ଼ : ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ଚଣ୍ଡୀ ମାତାଙ୍କ ଏକ ଏପରି ମନ୍ଦିର ରହିଛି ଯେଉଁଠାକୁ ଲୋକଙ୍କ ସହିତ ଭାଲୁଙ୍କ ପରିବାର ମଧ୍ୟ ଦେବୀ ମାଙ୍କ ଦର୍ଶନ ପାଇଁ ପହଞ୍ଚନ୍ତି। ଘୁଞ୍ଚାପାଲି ପାହାଡରେ ମା ଚଣ୍ଡୀଙ୍କ ଏହି ମନ୍ଦିର କେବେ ତନ୍ତ୍ର ସାଧନା ଲାଗି ପ୍ରଶିଦ୍ଧ ଥିଲା। ତେବେ ପରେ ମନ୍ଦିରକୁ ମାଙ୍କ ଦର୍ଶନ ପାଇଁ ଭାଲୁ ଆସୁଥିବା ଯୋଗୁ ଏହା ପ୍ରଶିଦ୍ଧ ହୋଇଯାଇଥିଲା। ପ୍ରାକୃତିକ ସୌନ୍ଧର୍ଯ୍ୟରେ ଭରପୁର ଉଚ୍ଚ ପାହାଡରେ ଅବସ୍ଥିତ ଏହି ମନ୍ଦିର ପ୍ରାୟ ଦେଢ଼ଶହ ବର୍ଷ ପ୍ରାଚୀନ ବୋଲି କୁହାଯାଉଛି।

ମାଙ୍କ ମନ୍ଦିରରେ ଦେବୀ ଚଣ୍ଡୀଙ୍କ ପ୍ରତିମା ନିଜକୁ ନିଜେ ପ୍ରକଟ ହୋଇଥିଲେ। ପ୍ରାକୃତିକ ରୂପେ ସାଢେ ୨୩ଫୁଟ ଉଚ୍ଚ ଦକ୍ଷିଣ ମୁଖୀ ଏହି ମୂର୍ତ୍ତିଙ୍କର ବିଶେଷ ମହିମା ରହିଛି। ଗୋଡ ବାହୁଲ୍ୟ ଏବଂ ଓଡିଆ ଭାଷୀ ଅଞ୍ଚଳରେ ଅବସ୍ଥିତ ଏହି ମନ୍ଦିର ଏକଦା ତନ୍ତ୍ର ସାଧନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସ୍ଥଳ ଥିଲା। ଏହି ମନ୍ଦିରକୁ ସାଧାକଙ୍କ ଲାଗି ଗୁପ୍ତ ସ୍ଥଳ ମନେ କରାଯାଉଥିଲା ଓ ଏହା ତନ୍ତ୍ରୋକ୍ତ ଶକ୍ତି ପୀଠ ବୋଲି କୁହାଯାଉଥିଲା। ୧୯୫୦-୫୧ ମସିହାରୁ ଏଠାରେ ବୈଦିକ ପୂଜା ଅନୁଷ୍ଠିତ ହୋଇଆସୁଛି।

ଗତ ୮ ବର୍ଷ ହେଲା ସନ୍ଧ୍ୟା ଆରତୀ ସମୟରେ ଭାଲୁଙ୍କ ଏକ ପରିବାର ମନ୍ଦିରକୁ ମାତାଙ୍କ ଦର୍ଶନ ନିମନ୍ତେ ଆସୁଛି। ଭାଲୁ ମାନେ କେବଳ ଆରତୀରେ ସାମିଲ ହୁଅନ୍ତିନି ଗର୍ଭ ଗୃହ ପର୍ଯ୍ୟନ୍ତ ଯାଆନ୍ତି। ପୂଜାରୀ ମାଙ୍କ ପ୍ରସାଦ ଦେଲେ ଭାଲୁଙ୍କ ପରିବାର ଗ୍ରହଣ କରି ମନ୍ଦିରରୁ ଚୁପଚାପ ଅପସରି ଯାଆନ୍ତି। ଏଠାକୁ ଭାଲୁ ଆସିବା ମାଙ୍କ ଚମତ୍କାରର ଏକ ଅଂଶ ବୋଲି କୁହାଯାଉଛି।

SBI AD
Leave A Reply

Your email address will not be published.