ମହୁମାଛି ଆକ୍ରମଣ ରେ ଚାଲିଗଲା ଜୀବନ

0

ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗଜପତି ଜିଲା ରା. ଉଦୟଗିରି ବ୍ଲକରେ ଥିବା ମାଙ୍କଡ଼ଡିଆଁ ଜଳପ୍ରପାତ ନିକଟରେ ପିକ୍‌ନିକ୍‌ ଲାଗି ଆସିଥିବା ୭ ଯୁବକଙ୍କ ମଧ୍ୟରୁ ମହୁମାଛି ଆକ୍ରମଣ ପରେ ପାଣିରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ପିକ୍‌ନିକ୍‌ କରିବାକୁ ଆସିଥିବା ଯୁବକମାନେ ସନ୍ଧ୍ୟା ପ୍ରାୟ ୭ଟା ଯାଏ ଉକ୍ତ ସ୍ଥାନରେ ଉପସ୍ଥିତ ରହିଥିଲେ। ଏହି ସମୟରେ ସେମାନଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ। ୩ଜଣ ଏଥିରେ ଆହତ ହେବା ସହ ସଞ୍ଜୁ ନିଖୋଜ ହୋଇଯାଇଥିଲେ। ରାତିରେ ରା. ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ତେବେ ସୋମବାର ସକାଳେ ଦମକଳ ବାହିନୀ ପାଣିରୁ ସଞ୍ଜୁଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.