ଭୁବନେଶ୍ୱର, ୧୯/୦୫ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଆର୍ ଆଣ୍ଡ ବି ଡିଭିଜନର AEE ଅର୍ଥାତ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଚଢାଉ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଆଜି ସକାଳ ୬ଟାରୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ସଦର ବ୍ଲକ ଗୋଷାଣୀମୁଣ୍ଡା ସ୍ଥିତ ଘରେ, କୁସୁମଖୁଣ୍ଟିରେ ଥିବା ପୈତୃକ ଘର, କିଟ୍ ପଦର୍ ସ୍ଥିତ ଫାର୍ମ ହାଉସ, ଧର୍ମଗଡ ଏବଂ ଭବାନୀପାଟଣା ସ୍ଥିତ ଅଫିସରେ ଚଢ଼ାଉ କରିଛି । ଭବାନୀପାଟଣା ଗୋଶାଣିମୁଣ୍ଡାରେ ଦୁଇ ମହଲା ଘର । କଳାହାଣ୍ଡି କୋକସରା ପୈତୃକ ଗାଁରେ ଦୁଇ ମହଲା ଘର । ଭବାନୀପାଟଣା କିଟପଦରରେ ଅଛି ଫାର୍ମ ହାଉସ । ଭବାନୀପାଟଣାରେ ରହିଛି ଏକ ଅର୍ଦ୍ଧନିର୍ମିତ ଘର ।