ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ପାରମ୍ପରିକ ଓଡ଼ିଆ ଖାଦ୍ୟ

0

ବିମାନବନ୍ଦରରେ ଖାଦ୍ୟର ସମ୍ଭାର । ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମିଳିବ ପାରମ୍ପରିକ ଓଡ଼ିଆ ଖାଦ୍ୟ। ରଜପୂର୍ବରୁ ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ଏଥିପାଇଁ ଲଇଟ୍ ବାଇଟ୍ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ଟର୍ମିନାଲ୍ କାର୍ଯ୍ୟ ଜାରି ରହିଛି। ଆସନ୍ତା ରଜ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରି ଫୁଡ୍ ଓ ବେଭେରେଜ୍ ବିକ୍ରୟ ଆରମ୍ଭ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିମାନବନ୍ଦରରେ ବିଭିନ୍ନ ସାମଗ୍ରୀ ଦର ଅଧିକ ରହୁଥିବା ବେଳେ ଏହି ଫୁଡ୍ ଓ ବେଭେରେଜ୍ କାଉଣ୍ଟରରେ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।

କେବଳ ଶସ୍ତାରେ ନୁହେଁ, ଓଡ଼ିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟ ମଣ୍ଡା ଓ କାକରା ପ୍ରଭୃତି ମଧ୍ୟ ଏଠାରେ ଉପଲବ୍ଧ କରିବାକୁ ଯୋଜନା ରହିଛି। ଯେଉଁ ସମୟରେ ଓଡ଼ିଶାର ଯେଉଁ ପର୍ବ ପାଳିତ ହେଉଥିବ, ସେହି ସମୟରେ ସେ ସଂକ୍ରାନ୍ତୀୟ ଖାଦ୍ୟ ଦ୍ରବ୍ୟ ଏଠାରେ ଯୋଗାଇବା ଦେବା ପାଇଁ ଯୋଜନା କରାଯାଉଛି। ଭେଜ୍ ଥାଳି ବା ମିଲ୍ ୮୦ ଟଙ୍କା ରହିଥିବା ଚା’ କପ୍ ୫ ଟଙ୍କାରୁ ଆରମ୍ଭ।
ଯାତ୍ରୀ ପରିବହନ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିରେ ସମଗ୍ର ଦେଶର ଅନ୍ୟ ବିମାନବନ୍ଦରରୁ ବେଶ୍ ଆଗରେ ରହିଛି ଭୁବନେଶ୍ୱର। ଏବେ ଏହି ନୂତନ ଯୋଜନା ତଥା ପାରମ୍ପରିକ ଖାଦ୍ୟର ସମ୍ଭାର ନିଶ୍ଚିତ ଆଗନ୍ତୁକ ଯାତ୍ରୀଙ୍କୁ ଓଡ଼ିଶାର ପରମ୍ପରା ସମ୍ପର୍କରେ ଅଧିକ ଅବଗତ କରାଇ ପାରିବ ବୋଲି ଯାତ୍ରୀମାନେ କହିଛନ୍ତି।

ନୂଆ ଟର୍ମିନାଲ, ଅନ୍ତର୍ଜାତୀୟ ବିମାନ ଉଡ଼ାଣ, ଅନ୍ତଃରାଷ୍ଟ୍ରୀୟ କାର୍ଗୋ ଟର୍ମିନାଲ୍ ପରେ ଏହି ନୂଆ ସୁଲଭ ମୂଲ୍ୟର ରେଷ୍ଟୁରାଣ୍ଟ ଭୁବନେଶ୍ୱର ବିମାନବନ୍ଦରକୁ ଏକ ନୂତନ ପରିଚୟ ଦେବ, ଏଥିରେ ସନ୍ଦେହ ନାହିଁ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

SBI AD
Leave A Reply

Your email address will not be published.