ଭୁବନେଶ୍ୱର, ୨୦/୦୬, (ପ୍ରଦୀପ୍ତ କୁମାର ଦାସ) : ଦ୍ୱୈତନଗରୀ କମିଶନରେଟ ସହରାଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ କଲ୍ୟାଣ ନେଇ ସିପିଙ୍କ ସହ ପରାମର୍ଶ କରିବେ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ଡିଜି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।ସମ୍ପ୍ରତି ଭୁବନେଶ୍ୱର ଓ କଟକ ସହରାଞ୍ଚଳରେ ବାସ କରୁଥିବା ପଞ୍ଜିକୃତ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ କଲ୍ୟାଣ କ୍ଷେତ୍ରରେ କିପରି କମିଶନରେଟ ପୋଲିସ ପକ୍ଷରୁ ଭଲ ସେବା ଯୋଗାଇ ଦିଆଯାଇପାରିବ ସେନେଇ ଇତିମଧ୍ୟରେ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ତେବେ ଦ୍ୱୈତ ନଗରୀ କମିଶନରେଟ ପୋଲିସ ଅଧିନସ୍ଥ ଥାନା ସ୍ତରରେ ରହିଥିବା ସିନିଅର ସିଟିଜେନ ସିକ୍ଵିରିଟି ସେଲ ତଥା ଏସସିଏସଏସି ଗୁଡ଼ିକୁ କିପରି କ୍ରିୟାଶୀଳ ଓ ପ୍ରଭାବି କରାଯାଇପାରିବ ସେ ଦିଗରେ ସେ ଟ୍ୱିନସିଟି ପୋଲିସ କମିଶନର ଏସ.ଦେବଦତ୍ତ ସିଂହଙ୍କ ସହ ଖୁବ ଶୀଘ୍ର ଆଲୋଚନା କରିବା ସହିତ ଏଥିରେ ଉର୍ନ୍ନତି ଆଣିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।