କର୍କଟ ରାଶିରେ ଗୋଚର କରିବେ ବୁଧ ଗ୍ରହ, ଏହି ୫ ରାଶିଙ୍କର ଚମକିବ ଭାଗ୍ୟ

୨୨ ଜୁନ ୩ଟା ୪୧ ମିନିଟରେ ହେବାକୁ ଥିବା ଏହି ରାଶି ପରିବର୍ତ୍ତନ ଅନେକ ରାଶିର ଲୋକଙ୍କ ପାଇଁ ଭାଗ୍ୟର ଦ୍ୱାର ଖୋଲିଦେବ । ଏହି ଗୋଚରର ପ୍ରଭାବରେ ବିଶେଷକରି ୫ଟି ରାଶିର ଲୋକଙ୍କୁ ଜୋରଦାର ଆର୍ଥିକ ଲାଭ, କ୍ୟାରିୟରରେ ଉନ୍ନତି ଏବଂ ମାନ-ସମ୍ମାନ ପ୍ରାପ୍ତିର ଯୋଗ ସୃଷ୍ଟି ହେଉଛି । ତେବେ ଆସନ୍ତୁ ଜାଣିବା, ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ନାମ ।

ମିଥୁନ : ବୁଧ ଆପଣଙ୍କ ନିଜ ରାଶିରୁ ବାହାରି ଦ୍ୱିତୀୟ ଭାବକୁ ପ୍ରବେଶ କରୁଛନ୍ତି, ତେଣୁ ଏହି ଗୋଚର ଆପଣଙ୍କ ପାଇଁ ଧନଲାଭର ନୂଆ ମାର୍ଗ ଖୋଲିଦେବ । ଅଟକି ରହିଥିବା ଧନ ଫେରି ମିଳିପାରେ । ବ୍ୟାଙ୍କ ବାଲାନ୍ସରେ ବୃଦ୍ଧି ହେବ । ବ୍ୟବସାୟୀମାନଙ୍କ ପାଇଁ କୌଣସି ବଡ଼ ଚୁକ୍ତି ଡିଲ ହୋଇପାରେ। ଆପଣଙ୍କ କଥାବାର୍ତ୍ତାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ, ଯାହା ଫଳରେ ଆପଣଙ୍କ କାମ ସହଜରେ ସଫଳ ହେବ। ପରିବାରରେ କୌଣସି ମଙ୍ଗଳମୟ କାର୍ଯ୍ୟ ହୋଇପାରେ । ପରସ୍ପର ମଧ୍ୟରେ ସମନ୍ୱୟ ଓ ବୁଝାପଡ଼ା ଅଧିକ ଭଲ ହେବ ।

କର୍କଟ : ବୁଧଙ୍କର ଗୋଚର ଆପଣଙ୍କ ରାଶିର ପ୍ରଥମ ଭାବ (ଲଗ୍ନ ଭାବ) ରେ ହେବାକୁ ଯାଉଛି । ଏହି ସମୟ ଆପଣଙ୍କ ବ୍ୟକ୍ତିତ୍ୱରେ ନୂଆ ଆକର୍ଷଣ ଓ ଉନ୍ନତି ଆଣିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତି ନେବା କ୍ଷମତାର ପ୍ରଶଂସା ହେବ । ବସ୍ ଓ ବରିଷ୍ଠ ଅଧିକାରୀମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ସମାଜରେ ଆପଣଙ୍କ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ଯଦି ଆପଣ ଲେଖନ, ମିଡିଆ କିମ୍ବା ମାର୍କେଟିଂ କ୍ଷେତ୍ରରେ ଅଛନ୍ତି, ତେବେ ଆପଣଙ୍କ ସୃଜନଶୀଳତା ଶୀର୍ଷସ୍ଥାନରେ ରହିବ। ମାନସିକ ଚାପରୁ ମୁକ୍ତି ମିଳିବ।

କନ୍ୟା : ବୁଧ ଆପଣଙ୍କ ରାଶିର ସ୍ୱାମୀ ଏବଂ ସେ ଆପଣଙ୍କ ରାଶିରୁ ଏକାଦଶ ଭାବ (ଲାଭ ଭାବ) ରେ ଗୋଚର କରିବେ । ଏହି ସମୟ ଆପଣଙ୍କ ଇଚ୍ଛା ପୂରଣ ହୋଇପାରିବ । ଚାକିରିଆଳା ଲୋକମାନଙ୍କୁ ପଦୋନ୍ନତି କିମ୍ବା ବେତନ ଲଟେରି ଲାଗିବାର ଚାନ୍ସ ରହିଛି । ଶେୟାର ବଜାର ସହ ଜଡିତ ଲୋକମାନଙ୍କୁ ଅପେକ୍ଷାତୀତ ଲାଭ ମିଳିବାର ଯୋଗ ରହିଛି ।

ତୁଳା : ବୁଧ ଆପଣଙ୍କ ରାଶିରୁ ଦଶମ ଭାବ (କର୍ମ ଭାବ) ରେ ଗୋଚର କରିବେ । ଚାକିରି ଓ ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ସମୟ ସୁବର୍ଣ୍ଣମୟ ସାବିତ ହୋଇପାରେ । ଯେଉଁମାନେ ଦୀର୍ଘ ସମୟ ଧରି ଚାକିରି ପରିବର୍ତ୍ତନର ଚିନ୍ତା କରୁଥିଲେ, ସେମାନଙ୍କୁ ଉତ୍କୃଷ୍ଟ ଅଫର ମିଳିପାରେ । ଯଦି ଆପଣ ନୂଆ ଷ୍ଟାର୍ଟଅପ୍ କିମ୍ବା ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ୨୨ ଜୁନ ପରବର୍ତ୍ତୀ ସମୟ ଅତ୍ୟନ୍ତ ଅନୁକୂଳ ରହିବ । ପିତା କିମ୍ବା ପୈତୃକ ସମ୍ପତ୍ତିରୁ ଧନଲାଭ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି ।

ମୀନ : ବୁଧ ଆପଣଙ୍କ ରାଶିରୁ ପଞ୍ଚମ ଭାବ (ବୁଦ୍ଧି, ସନ୍ତାନ ଏବଂ ପ୍ରେମ ଭାବ) ରେ ଗୋଚର କରିବାକୁ ଯାଉଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଗୋଚର ବରଦାନ ସଦୃଶ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ସନ୍ତାନ ପକ୍ଷରୁ କୌଣସି ବଡ଼ ଖୁସି ଖବର ମିଳିପାରେ । ଏହା ଫଳରେ ପରିବାରରେ ଆନନ୍ଦ ଭରିଯିବ। ଏଥିସହ ବ୍ୟବସାୟରେ ବଡ଼ ଆର୍ଥିକ ଲାଭ ହାସଲ କରିପାରିବେ ।