ସ୍କୁଲ ପାଖରେ ବିଜେପି କର୍ପୋରେଟରଙ୍କୁ ଗୁଳିକରି ହତ୍ୟା

0

ମହାରାଷ୍ଟ୍ର,୧୭/୩ : ମହାରାଷ୍ଟ୍ର ସାଙ୍ଗଲୀ ଜିଲ୍ଲା ଜତ ତହସିଲ ଅନ୍ତର୍ଗତ ସାଙ୍ଗୋଲା ରୋଡରେ ଥିବା ଆଲଫାନ୍ସୋ ସ୍କୁଲ ନିକଟରେ ଶୁକ୍ରବାର ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ବିଜୟ ତାଡ ଭାବେ ଚିହ୍ନଟ ହୋଇଥିବା ବେଳେ ସେ ବିଜେପିର ସ୍ଥାନୀୟ କର୍ପୋରେଟର ଥିଲେ। ବିଜୟ ତାଙ୍କ ଇନୋଭା ଗାଡିରେ ପିଲାଙ୍କୁ ସ୍କୁଲ ଆଣିବାକୁ ଯାଉଥିବା ବେଳେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

କୁହାଯାଉଛି ଆକ୍ରମଣକାରୀ ବିଜୟଙ୍କୁ ଗାଡିରୁ ଘୋଷାଡି ନେଇ ଗୁଳି କରି ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଛନ୍ତି। ଘଟଣା ପରେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ସୂଚନା ପାଇ ଜିଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ନିକଟସ୍ଥ ଅଞ୍ଚଳର ସିସିଟିଭି କ୍ୟାମେରାର ଫୁଟେଜ୍ ଖୋଜୁଛି। ତେବେ କର୍ପୋରେଟରଙ୍କୁ ହତ୍ୟାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ।

SBI AD
Leave A Reply

Your email address will not be published.