ନୂଆଦିଲ୍ଲୀ,୧୭/୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ରାଜ୍ୟରେ ‘ମେଗା ଟେକ୍ସଟାଇଲ୍ ପାର୍କ’ ପାଇଁ ଘୋଷଣା କରିଛନ୍ତି । ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ‘ପିଏମ୍ ମିତ୍ର ମେଗା ଟେକ୍ସଟାଇଲ ପାର୍କ’ ସ୍ଥାପନା କରିବାକୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।
ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି “ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ଟେକ୍ସଟାଇଲ୍ ସେକ୍ଟର 5F(ଫାର୍ମ, ଫାଇବର, ଫ୍ୟାକ୍ଟ୍ରୀ, ଫେସନ, ଫରେନ) ଅଭିଯାନକୁ ବଳ ଦେବ। ସୂଚନା ଦେଇ ଖୁସି ଲାଗୁଛି ଯେ ପିଏମ୍ ମିତ୍ର ମେଗା ଟେକ୍ସଟାଇନ୍ ପାର୍କ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ପ୍ରତିଷ୍ଠା କରାଯିବ।”
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି “ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ଟେକ୍ସଟାଇଲ୍ ସେକ୍ଟରରେ ଅତ୍ୟାଧୁନିକ ମୂଳ ଭିତ୍ତି ପକାଇବ। କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ସହିତ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହା ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଫର୍ ଦି ୱାର୍ଲ୍ଡ ପାଇଁ ଏକ ବଡ଼ ଉଦାହରଣ ହେବ।”
