ଭୁବନେଶ୍ବର,୯/୪ : ଭୁବନେଶ୍ବର ମହାନଗର ନିଗମ (ବିଏମସି) ନିର୍ବାଚନର ଏକ ବର୍ଷ ପୂର୍ତ୍ତି ପାଳନ କରିଛି । ୨୦୨୨ ଏପ୍ରିଲ ୯ ତାରିଖରେ ବିଏମସିର ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିଥିଲେ। ଏହି ବର୍ଷେ ଭିତରେ ବିଏମ୍ସି ପକ୍ଷରୁ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ୨୦୨୨-୨୩ ବିଏମ୍ସିର ରାଜସ୍ୱ ୨୪.୧୨ ପ୍ରତିଶ୍ରୁତି ବୃଦ୍ଧି ହୋଇ ୭୩ କୋଟିରେ ପହଁଚିଛି। ଏକ ବର୍ଷ ମଧରେ ୧୭ଟି ସହରାଞ୍ଚଳ ହେଲଥ ଆଣ୍ଡ ୱେଲନେସ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ୩୧୨ଟି ନୂଆ ପ୍ରକଳ୍ପ ହାତକୁ ନେଇ ବିଏମ୍ସି ୩୯.୭୨୦ କିଲୋମିଟର ଡ୍ରେନ ନିର୍ମାଣ ହୋଇଛି। ୯୬୭ ନୂଆ ପୋଲ ସହ ୨,୬୭୩ ଟି ନୂଆ ଲାଇଟ ସ୍ଥାପନ କରିଛି। ୧୧ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ପାଚେରୀରେ ଚିତ୍ରକଳା କରାଯାଇଛି। ୯୦ଟି ପାର୍କର ରକ୍ଷଣାବେକ୍ଷଣ କରାଯାଉଛି।
ବିଏମ୍ସି ୩୫,୩୯୫ ବୃକ୍ଷ ରୋପଣ ହୋଇଛି ଏହା ସହ ୨,୪୨୮ ଗୋରୁଗାଈ ଉଦ୍ଧାର କରାଯାଇଛି। ୫,୧୮୫ କୁକୁରଙ୍କୁ ବନ୍ଧ୍ୟାକରଣ କରିଛି ବିଏମ୍ସି। ଜାମୁକୋଳି ଠାରେ ୨୦.୫ ଏକର ଜମି ଉପରେ ଏକ ନୂତନ ଗୋଶାଳା ନିର୍ମାଣ କରୁଛି। ତେବେ ଏକ ବର୍ଷ ମଧ୍ୟରେ ୧୫, ୯୧୫ ଟି ଅଭିଯୋଗ ମଧ୍ୟରୁ ୧୪ ହଜାର ୬୪୧ ଅଭିଯୋଗ ସମାଧାନ କରାଯାଇଥିବା ବେଳେ ୩୪ଟି ଖେଳ ପଡ଼ିଆ, ୪୩ଟି ମିନି ପାର୍କ, ୬ଟି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଆହୁରି ବହୁ ଯୋଜନା ଚାଲିଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।