ଜାତୀୟ ରାଜପଥ ଚିଲାଖଣ୍ଡି ପୋଲ ଉପରେ ମରଣ ଯନ୍ତା

ବୌଦ୍ଧ,୨୩/୬ : (ଭାଗବତ ମେହେର) – ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ହରେକୃଷ୍ଣ ପୁର ନିକଟରେ ଥିବା ଚିଲାଖଣ୍ଡି ସେତୁ ଉପରେ ବସିଛି ମରଣ ଯନ୍ତା । ଦୈନନ୍ଦିନ ଏହି ଜାତୀୟ ରାଜପଥ ଦେଇ ଶହ ଶହ ସଂଖ୍ୟା ରେ ଯାନ ବାହାନ ଯାତାୟାତ କରୁଛି । ଉକ୍ତ ଚିଲାଖଣ୍ଡି ସେତୁ ଉପରେ ଲୁହା ତାର ଜାଲି ଗୁଡିକ ବାହାରି ରହିଛି । କେତେବେଳେ ଯେ ଆଗକୁ ଦୁର୍ଘଟଣା ଘଟି ନପାରେ କିଛି କହି ହେବ ନାଇ । ପୂର୍ବରୁ ମଧ୍ୟ ଏଭଳି ଅବସ୍ଥା ଦେଖାଯାଇଥିଲା । ଖବର ପ୍ରସାରଣ ପରେ ଏନଏଚ କତ୍ତୃପକ୍ଷ ଉକ୍ତ ସ୍ଥାନରେରେ ରଫାଦଫା ମରାମତି କରି ଚାଲିଯାଇଥିଲା । କିଛିଦିନ ପରେ କଥାରେ ଅଛି ଯଥା ପୂର୍ଵମ ତଥା ପରମ ଭଳି ଘଟଣାଟି ହୋଇଛି । ତେଣୁ ଆଗମୀ ଦିନରେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ ଉକ୍ତ ସ୍ଥାନର ବିଭାଗୀୟ କତ୍ତୃପକ୍ଷ ମରାମତି କାର୍ଯ୍ୟ କରିବାକୁ ସାଧାରଣ ରେ ଅଭିଯୋଗ ହେଉଛି ।