ଆଜି ଠାରୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକ, ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ

ଭୁବନେଶ୍ୱର, ୦୫/୦୮ : ଆଜିଠାରୁ ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ ଏବଂ ୩ୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ଅଧ୍ୟକ୍ଷତାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ କରାଯାଉଛି । ଏଥିରେ ବ୍ରିକ୍ସର ସଦସ୍ୟ ଦେଶର ଶିକ୍ଷା ମନ୍ତ୍ରୀ ଓ ଶିକ୍ଷାଧିକାରୀମାନେ ଯୋଗ ଦେବେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୈଠକରେ ଯୋଗ ଦେବେ । ଏହା ଅଗଷ୍ଟ ୫ ରୁ ୭ ତାରିଖ ଯାଏ ଚାଲିବ । ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାକୁ ସୁଦୃଢ଼ କରିବା, ଦକ୍ଷତା ବିକାଶ, ସହଯୋଗୀ ଗବେଷଣା, ଇନୋଭେସନ୍, ଷ୍ଟାର୍ଟ-ଅପ୍‌କୁ ପ୍ରୋତ୍ସାହିତ କରିବା, ଯୋଗ୍ୟତାର ପାରସ୍ପରିକ ମାନ୍ୟତାକୁ ସୁଦୃଢ଼ କରିବା ଏବଂ ଶିକ୍ଷାଗତ ନେତୃତ୍ୱ ପାଇଁ ଦକ୍ଷତା ବୃଦ୍ଧି କରିବା ଉପରେ ଆଲୋଚନା ହେବା ସହିତ ରଣନୀତି ପ୍ରସ୍ତୁତ ହେବ ।

ଭାରତର ବ୍ରିକ୍ସ ଅଧ୍ୟକ୍ଷତା “ଦୀର୍ଘସ୍ଥାୟିତ୍ୱ, ଉଦ୍ଧାବନ, ସହଯୋଗ ଓ ସ୍ଥିରତା” ବିଷୟବସ୍ତୁ ଦ୍ୱାରା ପରିଚାଳିତ । ଏହା ରିଓ ଡି ଜେନେରୋ ଠାରେ ଅନୁଷ୍ଠିତ ୨୦୨୫ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରକାଶିତ ଜନ-କେନ୍ଦ୍ରିକ ଏବଂ ମାନବତା-ପ୍ରଥମ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।

ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ଶିକ୍ଷା ଟ୍ରାକ୍ ଅଧୀନରେ ଅନୁଷ୍ଠିତ ପୂର୍ବ ବୈଠକ ଗୁଡ଼ିକର ସଫଳତା ଉପରେ ତ୍ରୟୋଦଶ ବୈଠକ ଆଧାରିତ । ପ୍ରଥମ ଓ ଦ୍ୱିତୀୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ସମ୍ମିଳନୀ ଏପ୍ରିଲ ୭ ଏବଂ ୨୮ ରେ ଅନୁଷ୍ଠିତ ହୋଇଥିଲା । ଯାହା ପରେ ଜୁଲାଇ ୨୦ ଓ ୨୧ରେ ବ୍ରିକ୍ସ ନେଟୱାର୍କ ୟୁନିଭର୍ସିଟି କନଫରେନ୍ସ ଏବଂ ଇଣ୍ଟରନ୍ୟାସନାଲ ଗଭର୍ଣ୍ଣିଂ ବୋର୍ଡ ବୈଠକ ଆୟୋଜିତ ହୋଇଥିଲା। ଏହି ପୂର୍ବପ୍ରସ୍ତୁତି ଆଲୋଚନାଗୁଡ଼ିକ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହମତି ସୃଷ୍ଟି କରିବାରେ ଏବଂ ମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତାବିତ ଫଳାଫଳ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିଛି।

ଏହି ଭଳି ଉଚ୍ଚସ୍ତରୀୟ ସରକାରୀ ଆଲୋଚନା ସହିତ, ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଯୁବ ଭାଗିଦାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦେଉଛି। ଏହି ଉଦ୍ଦେଶ୍ୟରେ, ସାରା ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମନ୍ତ୍ରୀ ସ୍ତରୀୟ ବୈଠକଗୁଡ଼ିକର ଆନୁଷଙ୍ଗିକ କାର୍ଯ୍ୟକ୍ରମ ଭାବରେ ‘ମଡେଲ୍ ବ୍ରିକ୍ସ’ (Model BRICS) ନାମକ ଏକ ଛାତ୍ର-କେନ୍ଦ୍ରିକ ପଦକ୍ଷେପ ପରିକଳ୍ପନା କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଯୁବ ନାଗରିକମାନଙ୍କୁ ବ୍ରିକ୍ସ ପ୍ରକ୍ରିୟା ସହିତ ପରିଚିତ କରାଇବା ଏବଂ କୂଟନୀତି, ବହୁପାକ୍ଷିକ ସହଯୋଗ ଓ ସହମତି ସୃଷ୍ଟି ବିଷୟରେ ସେମାନଙ୍କର ବୁଝାମଣାକୁ ମଜବୁତ୍ କରିବା।

SBI AD