ଧବଳେଶ୍ବରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ସ୍ବତନ୍ତ୍ର ଭାବେ କଲେ ପୂଜାର୍ଚ୍ଚନା

ଭୁବନେଶ୍ୱର, ୦୫/୦୮ : ବ୍ରହ୍ମପୁରରେ ଭୋରରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ର ଯାପନ କରିଥିଲେ । ଆଜି ଭୋରରୁ ଆର୍ମି ଏଡି କଲେଜରୁ ଚାଲି ଚାଲି ଧବଳେଶ୍ଵର ମନ୍ଦିରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ମନ୍ଦିରରେ ପହଞ୍ଚି ପୂଜକଙ୍କ ଦ୍ବାରା ସ୍ବତନ୍ତ୍ର ଭାବେ ବାବା ଧବଳେଶ୍ଵରଙ୍କୁ ପୂଜାର୍ଚ୍ଚନା କରିଥିଲେ । ଧବଳେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା ସରିବା ପରେ ରାଷ୍ଟ୍ରପତି ପୁଣି ଆର୍ମି ଏଡି କଲେଜକୁ ଯାଇଛନ୍ତି । ସକାଳ ୧୦ଟା୧୦ ମିନିଟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ । ଏହା ପରେ ୧୦ଟା ୨୦ ମିନିଟ୍ ସମୟରେ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି ।

SBI AD