ବସଷ୍ଟାଣ୍ଡରୁ ଦୁଇ ଜଣ ଛୁଆ ଉଦ୍ଧାର

0

ଅନୁଗୋଳ ବସଷ୍ଟାଣ୍ଡରେ ବୁଲୁଥିବା ବେଳେ ଦୁଇ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଏହି ଦୁଇ ପିଲାଙ୍କୁ ଉଦ୍ଧାର କରି ପୋଲିସ୍‌ ଜିମାରେ ଦେଇଛନ୍ତି। ଉଦ୍ଧାର ହୋଇଥିବା ଦୁଇ ପିଲା ଭାଇ ଭଉଣୀ ହୋଇଥିବା ଜଣାପଡ଼ିଛି। ଝିଅଟିର ନାଁ ସୁସୁରା ହୋଇଥିବା ପୁଅର ନାଁ ଗଙ୍ଗା ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଢେଙ୍କାନାଳ ଜିଲ୍ଲାର ବୋଲି ଉଦ୍ଧାର ହୋଇଥିବା ଝିଅଟି କହିଛି। ଦୁଇ ପିଲାଙ୍କୁ ସିଡ୍ଲବ୍ୟୁସିକୁ ହସ୍ତାନ୍ତର କରାଯିବା ବୋଲି ପୋଲିସ କହିଛି ।ଅନୁଗୋଳ ଥାନାରେ ଦୁଇ ପିଲାଙ୍କୁ ରଖି ସେମାନଙ୍କ ଘର ଲୋକଙ୍କ ବିଷୟରେ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

Leave A Reply

Your email address will not be published.