ପାର୍ବଣରେ ଅଶାନ୍ତ ରାଜଧାନୀ, ଧଉଳିରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ବର, ୧୪/୦୯ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଧଉଳି ଥାନା ଅଞ୍ଚଳରେ ୨୦ରୁ ଅଧିକ ଦୁର୍ବୃତ୍ତ ୬ଟି ଗାଡ଼ିରେ ଆସି ଯୁବକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ଆକ୍ରମଣରେ ଗୁରୁତର ହୋଇଛନ୍ତି ଧଉଳି ଅଞ୍ଚଳର ରଜନୀକାନ୍ତ ନାୟକ । ରଜନୀକାନ୍ତ ପେସାରେ ଜଣେ ସିକ୍ୟୁରିଟି ଗାର୍ଡ । ଧଉଳି ପାଦଦେଶରେ ରଜନୀକାନ୍ତ ବସିଥିବା ବେଳେ ୬ଟି ଗାଡ଼ିରେ ଆସିଥିଲେ ୨୦ରୁ ଅଧିକ ଦୁର୍ବୃତ୍ତ । ହଠାତ୍ ତାଙ୍କୁ ଘେରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳର CCTV ଫୁଟେଜ୍ ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୋଲିସ ତଦନ୍ତ ଚଳାଇଛି ।