ଭୟଙ୍କର ସିରିଜ ଦୁର୍ଘଟଣା : ୨୧ ମୃତ

ନୂଆଦିଲ୍ଲୀ, ୧୪/୦୯ : ଦକ୍ଷିଣ ଆଫ୍ରିକାରେ ଦୁଇଟି ମିନିବସ୍‌ ଟାକ୍ସି ଏବଂ ଅନ୍ୟ ଏକ ଗାଡ଼ି ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ଅତିକମ୍‌ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କେପ୍‌ ଟାଉନ୍‌ଠାରୁ ପ୍ରାୟ ୩୮୦ କିଲୋମିଟର ପୂର୍ବରେ ଥିବା ପଶ୍ଚିମ କେପ୍‌ ପ୍ରୋଭିନ୍ସର ପ୍ରିନ୍ସ ଆଲବର୍ଟ ଓ ଲିଉ-ଗାମକା ମଧ୍ୟରେ ରବିବାର ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।