କେନ୍ଦ୍ର ଶ୍ରମ ସଚିବଙ୍କ ଭୁବନେଶ୍ୱର ଇଏସ୍‌ଆଇ ହସ୍ପିଟାଲ ପରିଦର୍ଶନ

ଭୁବନେଶ୍ୱର, ୨୨/୧ : ଆଜି ଦିବା ୩ଘଟିକାରେ କେନ୍ଦ୍ର ଶ୍ରମ ବିଭାଗର ସଚିବ ଶ୍ରୀଯୁକ୍ତ ଅପୂର୍ବ ଚନ୍ଦ୍ର ଭୁବନେଶ୍ୱର ସ୍ଥିତ ଇଏସ୍‌ଆଇ ହସ୍ପିଟାଲ ପରିଦର୍ଶନରେ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମୁଖ୍ୟ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ଏବଂ ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ନିଗମର ଆଞ୍ଚଳିକ ନିର୍ଦ୍ଦେଶକ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ହସ୍ପିଟାଲର ଅଧୀକ୍ଷକ ସମସ୍ତ ଅତିଥିମାନଙ୍କର ସ୍ୱାଗତ କରାଇ ହସ୍ପିଟାଲର ଆଇପିଡି/ଓପିଡି/ଓଟି ଏବଂ ସମସ୍ତ ବିଭାଗକୁ ପରିଦର୍ଶନ କରାଇଥିଲେ । ସଚିବ ମହୋଦୟ ହସ୍ପିଟାଲର ସମସ୍ତ କାର୍ଯକଳାପରେ ସନ୍ତୁଷ୍ଟ ହୋଇ ଏଠାରେ କାର୍ଯ୍ୟରତ ସମସ୍ତ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ବହୁ ପ୍ରଶଂସା କରିଥିଲେ । ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଯଥାଶୀଘ୍ର ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମଧ୍ୟ ପ୍ରଦାନ କରିଥିଲେ ।

Comments are closed.