ଆଜିର ରାଶିଫଳ (ଶନିବାର)

ତା : ୨୩ / ୧ / ୨୦୨୧

ମେଷ: କର୍ମକ୍ଷେତ୍ରରେ ଲଘୁକ୍ରୋଧ ଓ କଠୋର ବାକ୍ୟାଳାପରୁ ହାତ ମୁଠାରୁ ସୁଯୋଗ ଖସିଯିବ । ନିଜର ସବୁ କାମ ସମାପ୍ତ କରିବା ପାଇଁ କାର୍ଯ୍ୟର ଗତିକୁ ଟିକେ ହ୍ରାସ କରନ୍ତୁ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ।

ବୃଷ: ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ । ଲାଭଦାୟକ ଜିନିଷକୁ ଗୁରୁତ୍ବ ଦିଅନ୍ତୁ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ବୈବାହିକ ବନ୍ଧନରେ ବାନ୍ଧିହେବା ପାଇଁ ଦିନଟି ଶୁଭ।

ମିଥୁନ: ଜୀବନରେ କୌଣସି ପରିବର୍ତ୍ତନ ଆଣିବା ପାଇଁ ଚିନ୍ତା କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗିତା ହେତୁ ମାନସିକ ସ୍ଥିତି ଠିକ୍ ରହିବ । ବ୍ୟବସାୟୀମାନେ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଜୀବନସାଥୀଙ୍କ ଠାରୁ ସୁଖ ପାଇବେ।

କର୍କଟ: ପରକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି । ଜରୁରୀ କାମରେ ଅଧିକ ପରିଶ୍ରମ କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ ।

ସି˚ହ: ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ । ବ୍ୟବସାୟୀମାନେ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରେମ ସାଗରରେ ବୁଡ଼ ପକାଇବେ।

କନ୍ୟା: ଅର୍ଥ ସଂଗ୍ରହରେ ତତ୍ପରତା ପ୍ରକାଶ କରି ସଫଳତା ପାଇପାରନ୍ତି । ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ବନ୍ଧୁ ସହିତ ବଚସା ହୋଇପାରେ।

ତୁଳା: ଦୀର୍ଘ ଦିନରୁ କୌଣସି ଦ୍ରବ୍ୟ ଲାଭରୁ ଖୁସୀ ହେବେ । ଜୀବନରେ କିଛି ନୂଆ କରିବା ପାଇଁ ଭାବିବେ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଲୋକମାନଙ୍କ ସହିତ ଚର୍ଚ୍ଚା କରିବେ। ପ୍ରେମିକାଙ୍କ ସହିତ ଦୂର ସ୍ଥାନକୁ ବୁଲି ଯିବେ।

ବିଛା: ବାପାମାଆଙ୍କ ଠାରୁ ସ୍ନେହ ପାଇବେ। ନିର୍ଦ୍ଦିଷ୍ଟ ସମୟରେ କାମଟି ପୂର୍ଣ୍ଣାଙ୍କ ନ ହେଲେ ମଧ୍ୟ କିଛି ଅଂଶରେ ଆଗକୁ ବଢି ଚାଲିବ । କୌଣସି କାମ କରିବା ବେଳେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ।

ଧନୁ: ଅଫିସ୍ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା କରିବେ । ରାସ୍ତାରେ ଯିବା ବେଳେ କୌଣସି ବନ୍ଧୁ ସହିତ ଭେଟ ହେବ। ପୁରୁଣା ବିଚାର ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ମକର: ଶନିବାର ଖର୍ଚ୍ଚ ପରିମାଣ ବଢିଯିବ ।ନିଜର ଶକ୍ତିକୁ ଠିକ୍‌ ରୂପେ ବିନିଯୋଗ କରିବେ। ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

କୁମ୍ଭ: ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଅଭିଳାଷ ସମୟାନ୍ତରେ ପୂରଣ ହୋଇଯିବ । ସବୁ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ। ପ୍ରେମିକାଙ୍କୁ ଦାମିକା ଜିନିଷ ଉପହାର ଦେବେ।

ମୀନ: ନିଜ ଲୋକଙ୍କୁ ଅତି ନିକଟରେ ପାଇ ସବୁ ଦୁଃଖ ଶୋକ ଭୁଲି ଯିବେ । ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ରାଜନୀତିରେ ଖ୍ୟାତି ବଢ଼ିବ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

Comments are closed.