କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୩୧/୦୭ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନକ୍ସଲମୁକ୍ତ ଓଡ଼ିଶା, ଶିଳ୍ପାୟନ ଓ ବିକାଶ ଉପରେ ଆଲୋଚନା । ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନକ୍ସଲମୁକ୍ତ ଓଡ଼ିଶା, ଆଇନ-ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ଦ୍ରୁତ ଶିଳ୍ପାୟନ ଉପରେ ହେଲା ବିସ୍ତୃତ ଆଲୋଚନା । ଶିଳ୍ପ ସୁରକ୍ଷା, ସମବାୟ କ୍ଷେତ୍ର ଏବଂ ଚିନି କଳ ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ । ନକ୍ସଲ ଦମନରେ ସହଯୋଗ ପାଇଁ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଲେ ମୋହନ ମାଝୀ । ଓଡ଼ିଶାର ବିକାଶ ଓ ଜନକଲ୍ୟାଣ ପାଇଁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନା ଦେଲେ ଅମିତ ଶାହ ।

SBI AD