ସନ୍ଧ୍ୟା ସୁଦ୍ଧା ଖୋଲିବ ହୀରାକୁଦର ୨୨ ଗେଟ୍

ଭୁବନେଶ୍ୱର, ୩୧/୦୭ : ହୀରାକୁଦର ଏବେ ୧୪ଟି ଗେଟ ଖୋଲା ଅଛି । ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଛନ୍ତି ଜଳସମ୍ପଦ ସର୍ବେଚ୍ଚ ଯନ୍ତ୍ରୀ । ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧାରଣର ବନ୍ୟା । ଆଜି ଦିନ ୧୨ ଟା ସୁଦ୍ଧା ମୁଣ୍ଡୁଳୀରେ ୮ ଲକ୍ଷ୍ୟ ୬୫ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଆଜି ସନ୍ଧ୍ୟା ବେଳକୁ ୮ ଲକ୍ଷ୍ୟ ୫୦ ହଜାର କ୍ୟୁସେକ କୁ କମିପାରେ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଆଜି ସକାଳେ ହୀରାକୁଦରେ ୬୨୪.୬୦ରେ ପାଣି ପହଞ୍ଚିଥିଲା । ଏଥିପାଇଁ ୧୪ ଟି ଗେଟ୍ ଖୋଲିଛି । ବର୍ତ୍ତମାନ ହୀରାକୁଦରେ ୧ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ପାଖାପାଖି ୪୮ ଘଣ୍ଟା ମଧ୍ୟରେ ଏହା ମୁଣ୍ଡୁଳିରେ ପହଞ୍ଚିବା ଆକଳନ କରାଯାଉଛି । ମୁଣ୍ଡଳିରୁ ୭ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ଛାଡ଼ିବାକୁ ଯୋଜନା କରାଯାଇଛି । ଯାହାଫଳରେ ବନ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ହୀରାକୁଦର ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ । ଏଥିରେ ନିଷ୍କାସିତ ହେବ ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ । ଆଜି ସନ୍ଧ୍ୟା ମଧ୍ୟରେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଆଦି ଅଞ୍ଚଳରେ ପହଞ୍ଚିବ । ପୂର୍ବରୁ ବିଭିନ୍ନ ନଦୀରେ ୭ ଟି ଘାଇ ହୋଇଛି । ଦୟା ନଦୀ ଓ କୁଶଭଦ୍ରା ନଦୀରେ ବନ୍ୟା ପାଣି ଆସିଛି । ମହାନଦୀ ବେସିନରେ କୌଣସି ଘାଇ ହୋଇନାହିଁ । ବନ୍ୟା ଯୋଗୁଁ ବ୍ରାହ୍ମଣୀ, ଜଳକା ଏବଂ ସୁବର୍ଣ୍ଣରେଖାରେ ଜଳସ୍ତର କମୁଛି । ଏହିସବୁ ନଦୀରେ ମୋଟ୍ ୭ଟି ଘାଇ ହୋଇଛି । ମୁଖ୍ୟଯନ୍ତ୍ରୀଙ୍କୁ ତଥ୍ୟ ମଗାଯାଇଛି । ପାଣି କମିଲେ ଏହାର ମରାମତି କରାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

SBI AD