ନୂଆଦିଲ୍ଲୀ, ୦୬/୦୭ : ପ୍ରଶାନ୍ତ ମହାସାଗରରେ ଏକ ପରମାଣୁ ବୁଡ଼ାଜାହାଜରୁ ସଫଳତାର ସହ ଚୀନ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହାର କିଛି ଘଣ୍ଟା ପରେ ଚୀନ୍ ସୂଚନା ପ୍ରଦାନ କରିଛି। ଡମି ୱାରହେଡ୍ ବହନ କରିଥିବା କ୍ଷେପଣାସ୍ତ୍ର ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ)ର ନୌସେନାର ଏକ ବିବୃତି ଆଧାରରେ ସରକାରୀ ଗଣମାଧ୍ୟମ ଜିନହୁଆ ନ୍ୟୁଜ୍ ରିପୋର୍ଟ କରିଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଚୀନ୍ ପକ୍ଷରୁ ଆୟୋଜିତ ଏକ ନିୟମିତ ବାର୍ଷିକ ସାମରିକ ତାଲିମ ଅଭ୍ୟାସ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋଇଛି। ଏହି ପରୀକ୍ଷଣ ଅନ୍ତର୍ଜାତୀୟ ଆଇନ ଏବଂ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଅଭ୍ୟାସ ଅନ୍ତର୍ଗତ କରାଯାଇଛି।