ଭୋଟ୍ ଚୋରି ଅଭିଯୋଗ ନେଇ ଦିଲ୍ଲୀ ରାମଲୀଳା ମଇଦାନରେ କଂଗ୍ରେସର ବିଶାଳ ରାଲି

ନୂଆଦିଲ୍ଲୀ, ୧୪/୧୨ : ଭୋଟ୍ ଚୋରିକୁ ନେଇ ଦିଲ୍ଲୀରେ କଂଗ୍ରେସର ଗର୍ଜନ । ରାମଲୀଲା ମଇଦାନରେ ବଡ଼ ବିକ୍ଷୋଭ ଓ ପ୍ରତିବାଦ ସଭା । ରାଲିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ବେଣୁଗୋପାଳ, ଜୟରାମ ରମେଶ, ସଚିନ ପାଇଲଟ ଭଳି ବରିଷ୍ଠ କଂଗ୍ରେସ ନେତା ଓ ସବୁ ସାଂସଦ ସାମିଲ ସହ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଲି ପୂର୍ବରୁ ସବୁ ନେତା, ସାଂସଦ କଂଗ୍ରେସ ମୁଖ୍ୟାଳୟର ଇନ୍ଦିରା ଭବନରେ ଏକାଠି ହୋଇ ରାମଲୀଲା ମଇଦାନକୁ ଶୋଭାଯାତ୍ରାରେ ବାହାରିଥିଲେ । ସଂସଦରୁ ସଡ଼କ ଯାଏଁ ଭୋଟି ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । କଥିତ ଭୋଟ ଚୋରି ପ୍ରସଙ୍ଗରେ ଆଜି ବଡ଼ ପ୍ରଦର୍ଶନ କରିବାକୁ ଯାଉଛି ଦଳ। ଏଥିରେ ଗାନ୍ଧୀ ପରିବାରର ତିନି ସଦସ୍ୟଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ କଂଗ୍ରେସ ଶାସିତ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। କଂଗ୍ରେସର ଅଭିଯୋଗ ନିର୍ବାଚନ ପ୍ରକ୍ରିୟାରେ ବଡ଼ଧରଣ ଅନିୟମିତତା ହେଉଛି । ସରକାର ଓ ନିର୍ବାଚନ କମିସନ ମିଳିମିଶି ଦେଶରେ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି । ଏହି ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଏବଂ ସରକାର ସହ ନିର୍ବାଚନ କମିସନ ଉପରେ ଚାପ ପକାଇବାକୁ ବଡ଼ ରାଲିରୁ ଆୟୋଜନ କରୁଛି କଂଗ୍ରେସ ।