ଆସନ୍ତା କାଲି ମାସ୍କ ଦୁର୍ନୀତି ଘଟଣାର ତଦନ୍ତ ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବ କଂଗ୍ରେସ

ଭୁବନେଶ୍ୱର,୧୦/୬: ଆସନ୍ତା କାଲି ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ମାସ୍କ ଦୁର୍ନୀତି ଘଟଣାର ତଦନ୍ତ ପାଇଁ ଦିଆଯିବ ଦାବିପତ୍ର । ପିସିସି ସଭାପତି ଓ ବରିଷ୍ଠ ନେତା ରାଜ୍ୟପାଳଙ୍କୁ ଭେଟି ଦେବେ ଦାବି ପତ୍ର । ଘଟଣାରେ ନିରପେକ୍ଷ ତଦନ୍ତ କରିବା ସହ ଏଥିରେ ଜଡିତ ଥିବା ମନ୍ତ୍ରୀ ଓ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯଦି ସରକାର ଏହାର ଉଚିତ ତଦନ୍ତ ନ କରାଇବେ ତେବେ ଆଗକୁ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ । ଏ ନେଇ ସାମ୍ୱାଦିକ ସମ୍ମିଳନୀକରି ସୂଚନା ଦେଲେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।