ଆଜି ସମ୍ବିଧାନ ଦିବସ

ଭୁବନେଶ୍ୱର, ୨୬/୧୧ : ଆଜି ନଭେମ୍ବର ୨୬, ଭାରତ ପାଳନ କରୁଛି ସମ୍ବିଧାନ ଦିବସ । ଏହି ଦିନକୁ ‘ରାଷ୍ଟ୍ରୀୟ ଆଇନ ଦିବସ’ ଭାବେ ମଧ୍ୟ ଜଣାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତର ସମ୍ବିଧାନ ସଭା ଆନୁଷ୍ଠାନିକ ଭାବେ ଦେଶର ସମ୍ବିଧାନକୁ ଗ୍ରହଣ କରିଥିଲା । ପରେ ୧୯୫୦ ମସିହା ଜାନୁଆରୀ ୨୬ରୁ ଏହା ସାରା ଦେଶରେ ଲାଗୁ ହୋଇଥିଲା ।