ଭlରତୀୟ କମ୍ୟୁନିଷ୍ଟି ପାର୍ଟିର ଜିଲ୍ଲା ସାଂଗଠନିକ ବୈଠକରେ ବିଜେପି ଓ ବିଜେଡିକୁ ଟାର୍ଗେଟ

କେନ୍ଦ୍ରାପଡ଼ା,୩୦/୧୦: ଗତକାଲି ସିପିଆଇଏମ (ମାର୍କ୍ସବାଦି )କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଂଚାୟତ ବନ୍ଧପଡ଼ାଠାରେ ସ୍ଥାନୀୟ ଜିଲ୍ଲା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତବୈଠକରେ ବିଭିନ୍ନ କମ୍ରେଡ ମାନେ ନିଜ ନିଜର ମତ ରଖିଥିଲେ l ଆଜିର ଦୁନିଆରେ ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି । ଗରିବ ହେଉଛି ଗରିବ,ଧନି ଟଙ୍କାର ସୌଦାଗର ପାଲଟୁଛି l ବେକାରୀ ସମସ୍ୟା ହୁ ହୁ ହୋଇ ବଢିଚାଲୁଥିବା ବେଳେ ସମାଧାନ କରିବାକୁ ସରକାରଙ୍କର ପ୍ରୟାସନାହିଁ l ବୈଠକରେ ଜନସାଧାରଣଙ୍କ ଭୋଟ ହାତେଇ କେନ୍ଦ୍ରରେ ଗାଦିସିନ ଭାଜପା ଓ ରାଜ୍ୟରେ ଗାଦିସିନ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି ସିପିଆଇଏମ l ଦିନକୁ ଦିନ ଇନ୍ଧନ ତୈଳ ଦର ବୃଦ୍ଧିର ପ୍ରଭାବ ସମସ୍ତ ଦ୍ରବ୍ୟର ମୂଲ୍ୟବୃଦ୍ଧିର ପ୍ରମୁଖ କାରଣ ପାଲଟିଛି l

ଏନେଇ ସାଙ୍ଗଠନିକ ବୈଠକରେ ସିପିଆଇଏମେ ର ନେତା ଜନାର୍ଦ୍ଦନ ପତୀ ଯୋଗ ଦେଇ ଉଭୟ ସରକାରଙ୍କ କୃଷକ ମାରଣା ନିତି ନେଇ ସମାଲୋଚନା କରିଛନ୍ତି l ଯାହା ନେଇ ଦୀର୍ଘ ଦିନ ଧରି ବିଭିନ୍ନ କୃଷକ ସଂଗଠନ ବିକ୍ଷୋଭ ଜାରିରଖିଛନ୍ତି । ମାତ୍ର ସରକାର ଚେତିବା ପରିବର୍ତ୍ତେ ଜାତୀୟ ସମ୍ପତ୍ତିକୁ ଘରୋଇ କରଣ କରିବାରେ ନିଘା ରଖିଛନ୍ତି । ଇନ୍ଧନ ତୈଳଦର ବୃଦ୍ଧି ଯେlଗୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ହୁହୁ ହୋଇ ବଢ଼ୀଚାଲୁଥିବା ବେଳେ କେନ୍ଦ୍ରରେ ମୋଦିସରକାର ଓ ରାଜ୍ୟରେ ନବୀନ ସରକାର ବଜାର ଦର ନିୟନ୍ତ୍ରଣ ରେ ବିଫଳତା ହେlଇଛନ୍ତି lଏହି ବୈଠକରେ ସିପିଆଇଏମେ ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଶୁମନ୍ତ ଦାସ ,କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଗୟାଧର ଧଳ , ନରୋତ୍ତମ ପାର୍ଥସାରଥୀ ଙ୍କ ସହିତ ବହୁ କମ୍ରେଡ ଉପସ୍ଥିତ ରହି ସାଙ୍ଗଠନିକ ବୈଠକରେ ଭାଗନେଇଥିଲେ l କେନ୍ଦ୍ର ଓ ରାଜ୍ୟ ର ଅପାରଗ ଜନମlରଣା ସରକାର ଙ୍କ ବିରୁଦ୍ଧରେ ସିପିଆଇ (ଏମ )ଆଗକୁ ଜୋରଦାର ସ୍ୱର ଉତ୍ତୋଳନ କରିବ ବୋଲି ଅନୁମେୟ ହେଉଛି